ଅଳିଆ ସଂଗ୍ରହ ବେଳେ ଷ୍ଟିକର୍‌ ଲଗାଇଲା ବିଏମ୍‌ସି: ଦେଲେ ସବୁଜ, ନ ଦେଲେ ନାଲି

ଭୁବନେଶ୍ୱର: ବିଏମ୍‍ସି ଅଞ୍ଚଳରେ ବର୍ତ୍ତମାନ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ଏଥିପାଇଁ ୱାର୍ଡସ୍ତରରେ ଥିବା ଡଷ୍ଟବିନ୍‍ଗୁଡ଼ିକୁ ହଟାଇ ଦିଆଯାଉଛି। ଲୋକଙ୍କ ଘରୁ ଅଳିଆ ସଂଗ୍ରହ ପରେ ଏହାକୁ ସିଧାସଳଖ ବିଏମ୍‍ସିସିକୁ ନିଆଯାଇ କମ୍ପୋଷ୍ଟିଂ କରାଯାଉଛି। ମାତ୍ର ଏଥିରେ ଲୋକମାନଙ୍କ ସଠିକ୍‍ ସହଯୋଗ ମିଳୁ ନ ଥିବାରୁ ବିଏମ୍‍ସି ନିରାଶ ହେଉଛି। ଲୋକଙ୍କଠାରୁ ଓଦା ଶୁଖିଲା ଅଲଗା ଅଲଗା ଅଳିଆ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ଲକୋମାନେ ସହଯୋଗ କରୁ ନାହାନ୍ତି। ଏଥିପାଇଁ […]

ଭୁବନେଶ୍ୱର: ବିଏମ୍‍ସି ଅଞ୍ଚଳରେ ବର୍ତ୍ତମାନ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରାଯାଉଛି। ଏଥିପାଇଁ ୱାର୍ଡସ୍ତରରେ ଥିବା ଡଷ୍ଟବିନ୍‍ଗୁଡ଼ିକୁ ହଟାଇ ଦିଆଯାଉଛି। ଲୋକଙ୍କ ଘରୁ ଅଳିଆ ସଂଗ୍ରହ ପରେ ଏହାକୁ ସିଧାସଳଖ ବିଏମ୍‍ସିସିକୁ ନିଆଯାଇ କମ୍ପୋଷ୍ଟିଂ କରାଯାଉଛି। ମାତ୍ର ଏଥିରେ ଲୋକମାନଙ୍କ ସଠିକ୍‍ ସହଯୋଗ ମିଳୁ ନ ଥିବାରୁ ବିଏମ୍‍ସି ନିରାଶ ହେଉଛି। ଲୋକଙ୍କଠାରୁ ଓଦା ଶୁଖିଲା ଅଲଗା ଅଲଗା ଅଳିଆ ନେବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ଲକୋମାନେ ସହଯୋଗ କରୁ ନାହାନ୍ତି। ଏଥିପାଇଁ ବିଏମସିର ବିରିଷ୍ଠ ଅଧିକାରୀମାନେ ୱାର୍ଡସ୍ତରକୁ ଓହ୍ଲାଇ ସଚେତନା କରୁଛନ୍ତି। ଯଦି କୌଣସି ଲୋକ ଅଳିଆ ନ ଦିଅନ୍ତି ତେବେ ତାଙ୍କ ଘର ଆଗରେ ନାଲି ଷ୍ଟିକର ଲଗାଉଛି ବିଏମ୍‍ସି କହିଛି। ନିୟମିତ ପୃଥକ୍‍ ବର୍ଜ୍ୟ ଦେଉଥିବା ପରିବାର ସହରର ସ୍ୱଚ୍ଛତା ବଢ଼ାଇବାରେ ସହଯୋଗ କରୁଛନ୍ତି ଏବଂ ଅଲଗା ଅଲଗା ଅଳିଆ ଦେଉଥିବା ପରିବାରକୁ ଧନ୍ୟବାଦ ଦିଆଯାଇଛି। ପୃଥକ୍‍ ବର୍ଜ୍ୟ ଦେଉଥିବା ପରିବାର ପାଇଁ ସବୁଜ ରଙ୍ଗ, ମିଶ୍ରିତ ବର୍ଜ୍ୟ ଦେଉଥିବା ପରିବାର ପାଇଁ କମଳା ରଙ୍ଗ ଓ ବର୍ଜ୍ୟ ଦେଉ ନ ଥିବା ପରିବାର ପାଇଁ ନାଲି ରଙ୍ଗର ଷ୍ଟିକର୍‍ ଲଗାଯାଇଛି।

ପ୍ରଥମ ଦିନରେ ପ୍ରତ୍ୟେକ ଜୋନ୍‍ରୁ ଗୋଟିଏ ଲେଖାଁଏ ୱାର୍ଡ ଚୟନ କରାଯାଇ ଏଠାରେ ସଚେତନ କରାଯାଇଛି। ପ୍ରତ୍ୟେକ ୱାର୍ଡରୁ ପ୍ରାୟ ୨୦୦ ପରିବାରରେ ଏହି ସବୁ ଷ୍ଟିକର ଲଗାଯାଇଛି। ବିଏମ୍‍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ପରିବାର ମିଶ୍ରିତ ବର୍ଜ୍ୟଦେବା ଆଉ କେତେକ ପରିବାର ସଫେଇ ଗାଡ଼ିକୁ ବର୍ଜ୍ୟ ନ ଦେଇ ଅନ୍ୟତ୍ର ଫିଙ୍ଗିବା ବିଏମ୍‍ସି ନଜରକୁ ଆସୁଛି। ଏଥିପାଇଁ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ନୂଆ ଅଭିଯାନ ଆରମ୍ଭ କରି ଲୋକଙ୍କ ଘରକୁ ଘର ବୁଲି ସଚେତନ କରିଛନ୍ତି। ନିଜନିଜ ଜୋନ୍‍ରେ ଜୋନାଲ୍‍ ଡେପୁଟି କମିସନରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରରେ ୨୩ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି) ଏବଂ ୮ଟି ମ୍ୟାଟେରିଆଲ୍‍ ରିକଭରି ଫ୍ୟାସିଲିଟି (ଏମ୍‍ଆର୍‍ଏଫ୍‍) ଚାଲୁରହିଛି ବୋଲି ବିଏମସି କହିଛି।

About The Author: The Sakala