ଭୁବନେଶ୍ୱର: ମହିଳା ସଶକ୍ତିକରଣର ମହା ନାୟକ ବିଜୁବାବୁ । ଏନେଇ ଶଙ୍ଖ ଭବନରେ ଆଲୋଚନା ଚକ୍ର ଆରମ୍ଭ ହୋଇଛି । ବିଜେଡି ମହିଳା ନେତ୍ରୀମାନେ ଏକାଠି ହୋଇ ବିଜୁ ପଟନାୟକ, ନବୀନ ପଟନାୟକ ମହିଳା ସଶକ୍ତିକରଣ ପାଇଁ କିପରି ପୁରା ଦେଶର ମାର୍ଗ ଦର୍ଶନ ସାଜିଥିଲେ ନେଇ ଆଲୋଚନା ଚକ୍ରରେ ନେତା ଓ ନେତ୍ରୀ ମାନେ ବିଜେଡିର ମହିଳା ସଂଗଠନର କର୍ଣ୍ଣଧାରା ମାନଂକୁ ଅବଗତ କରାଇଥିଲେ । ସୋସିଆଲ ମିଡିଆ ଜରିଆରେ ପୁରା ଓଡିଶାବାସୀଙ୍କ ପାଖରେ ଏକଥା କିପରି ପହଂଚିବ ତାହା ସେନେଇ ଆଲୋଚନାରେ ଆଲୋକପାତ କରାଯାଇଛି । ବିଜେପି କିପରି ମାଇଜେଲ ନେବାକୁ ଆତ୍ମ ପ୍ରଚାରରେ ମାତିଛି ତାହା ବଖାଣିଥିଲେ ନେତାମାନେ ।
ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଦେଶର ମହିଳାମାନଙ୍କୁ ଭୁଆଁ ବୁଲା ନଯାଉ। ଏବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ରହିଛି। ମହିଳାଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଛି । ଦରଦାମ୍ ହୁହୁ ହୋଇ ବଢି ଚାଲିଛି। ଏହା ଉପରୁ ନଜର ହଟେଇବାକୁ ରାଜନୈତିକ ଅଭିସନ୍ଧି ରଖି ପ୍ରହସନ କରାନଯାଉ। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲାଗୁ କରିବାକୁ ବିଜେଡି ସ୍ୱାଗତ କରୁଛି। କିନ୍ତୁ ଏହି ଅଧିନିୟମ ନାଁରେ ବିଜେପି ପ୍ରହସନ ନକରୁ ବୋଲି ବିଜେଡି କହିଛି ।
ପାର୍ଲିଆମେଣ୍ଟରେ ଏହି ବିଲ୍ 2023ରେ ପାରିତ ହୋଇଛି। ଆନ୍ତରିକତା ସହ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରନ୍ତୁ। ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଯେତେବେଳେ ସାରା ଦେଶ ଚିନ୍ତା କରିନଥିଲା ସେତେବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ 1992 ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥାରେ 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ମହିଳା କମିଶନ ପ୍ରତିଷ୍ଠା କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ଆରମ୍ଭ କରିଥିଲେ। ଯାହାକି ସାରା ଦେଶକୁ ଦିଗଦର୍ଶନ ଦେଇଥିଲା।
ଏହି ଧାରାକୁ ଆହୁରି ଆଗକୁ ନେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କୁ 50 ପ୍ରତି ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପାଇଁ ବିଜେଡି ସ୍ଵର ଶାଣିତ କରି ଆସିଛି। ଅଘୋଷିତ ଭାବରେ ବିଜେଡି ଲୋକସଭା ଓ ବିଧାନସଭାରେ ଅଧିକ ସଂଖ୍ୟାରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡି ସଭାପତି ନବୀନ ପଟ୍ଟନାୟକ 2018 ମସିହାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେଉ ବୋଲି ସର୍ବସମ୍ମତି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଥିଲା। ଏହି ବିଲ୍ କୁ ପାର୍ଲିଆମେଣ୍ଟରେ ପାରିତ କରିବା ପାଇଁ 22ଟି ରାଜନୈତିକ ଦଳକୁ ବିଜେଡି ପ୍ରତିନିଧି ପଠାଇ ଅନୁରୋଧ କରିଥିଲା। ଆଜି ସାରା ଦେଶରେ ମହିଳାମାନଙ୍କ ଚାପ ବଢିବା ପରେ ସରକାର ଏହାକୁ ଲାଗୁ କରିବାକୁ ଯାଉଛନ୍ତି।