ଭୁବନେଶ୍ବର: ଗଣତନ୍ତ୍ର ମହାନ ପର୍ବ ନିର୍ବାଚନର ଆଦ୍ୟଚରଣ ଗତକାଲି ଦେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସୋମବାର ଦେଶରେ ଚତୁର୍ଥ ତଥା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳକୁ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିର ପାଣ୍ଡିଆନ ଖବର ସରବରାହ ସଂସ୍ଥା ଏନଏନଆଇକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି । ୪ଟି ପର୍ଯ୍ୟାୟରେ ସୁଇପ୍ କରିବ ବିଜୁ ଜନତା ଦଳ । ଲୋକସଭା ନିର୍ବାଚନରେ ବିଜେଡି ପୂର୍ବ ଅପେକ୍ଷା ଭଲ କରିବ। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଭଲ କାମ ପାଇଁ ଦଳ ବିଜୟୀ ହେବ । ପୁଣିଥରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଏହାସହ ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଗତକାଲି ଓଡ଼ିଶା ବିଜେପିର ୫ ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯାହା ସୂଚନା ଥିଲା ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥାନ୍ତେ। ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥାନ୍ତେ। କିନ୍ତୁ ଶେଷ ମୁହୂର୍ତ୍ତରେ ନିଜ ନିଜ ଭିତରେ ଝଗଡା ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେନି। ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।