ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହେଲେ ଦିଲ୍ଲୀପ କୁମାର ନାୟକ । ଦଳବିରୋଧୀ କାର୍ଯ୍ୟ ପାଇଁ ନିମାପଡ଼ା ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଦଳରୁ ସସ୍ପେଣ୍ଡ୍ କଲା ବିଜେଡି । ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀର ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଦଳରୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ଜାଲିଆତିରେ ସମ୍ପୃକ୍ତ ଥିବା ଭଳି ଗୁରୁତର ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ବିଜେଡି ପକ୍ଷରୁ ଜାରି କରାଯାଇଥିବା ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀପ ନାୟକଙ୍କ ଆଚରଣ ଦଳର ସ୍ୱାର୍ଥ ବିରୋଧୀ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ନିଲମ୍ବନ ପତ୍ରରେ ସ୍ୱାକ୍ଷର କରିଛନ୍ତି।