ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେଡି। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଅକ୍ଟୋବର କିମ୍ବା ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ। ସମସ୍ତ ଜିଲ୍ଲା ବୁଲିବା ପାଇଁ ବିଧାୟକ ଓ ନେତାଙ୍କୁ କାଛନ୍ତି ବିଜେଡି ସୁପ୍ରିମୋ । ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି। ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି। ପଞ୍ଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି ଏବଂ ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି। ସେମାନଙ୍କ ପାଇଁ ଦଳ ଉପରେ କିଛି ପ୍ରଭାବ ପଡିବ ନାହିଁ । ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହ ଥିବା କହିଛନ୍ତି ବିଜେଡି ବିଧାୟକ ବିଶ୍ବ ରଂଜନ ମଲ୍ଲିକ ।