MMDR ସଂଶୋଧନ ଆଇନ ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ; ନବୀନ କହିଲେ, ‘ଓଡ଼ିଶାର ସ୍ବାର୍ଥ ପାଇଁ ଆମେ ଏକାଠି ହୋଇଛୁ’

ଭୁବନେଶ୍ୱର: ଏମଏମଡିଆର ଆଇନ ବିରୋଧରେ ବିଜେଡିର ରଣହୁଙ୍କାର। ଲୋୟର ପିଏମଜିରେ ବିଜେଡିର ବିଶାଳ ଗଣବିକ୍ଷୋଭ। MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭରେ ସାମିଲ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଶାଳ ଗଣଧାରଣାକୁ ସମ୍ବୋଧିତ କରି ନବୀନ କହିଛନ୍ତି '୪.୪ କୋଟି ଓଡ଼ିଆଙ୍କ ହକ୍‌ ପାଇଁ ଏକାଠି ହୋଇଛୁ । MMDR ବିଲ୍‌ ସାଧାରଣ ବିଲ୍‌ ନୁହେଁ, ଏହା ଓଡ଼ିଶାର ଅଧିକାର ଛଡ଼ାଇ ନେବାର ପ୍ରୟାସ । ଓଡ଼ିଶାର ଖଣି ଓ ଜମି ଉପରେ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ‘ଶେଷ ନିଶ୍ୱାସ ଯାଏଁ ଲଢ଼ିବି’ । 

ନବୀନ ପୁଣି କହିଛନ୍ତି ଯେ, ଏ ସରକାରଙ୍କୁ ଜେନ -ଜି ଓ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ । ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ବାର୍ଥର କଥା । ତେଣୁ ଏ ଲଢେଇ ଜାରି ରହିବ । ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ଵପୂର୍ଣ୍ଣ ବିଲ୍ ପାସ୍ ହୋଇଗଲା । କାହା ସ୍ୱାର୍ଥରେ ଆମର ୨୦ ଜଣ ବିଜେପି ଏମପି ଚୁପ ବସିଲେ ? ଓଡ଼ିଶା ସରକାର ବି ଚୁପ୍ ରହିଲେ । ବିଧାନସଭାରେ ସ୍ଵତନ୍ତ୍ର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ MMDRକୁ ବିରୋଧ କରି  ରିଜୋଲ୍ୟୁସନ ପାଇଁ ପୁଣି  ଚିଠି ଲେଖିଲି, କିନ୍ତୁ ଉତ୍ତର ନାହିଁ । ଏହି ବିଲ୍ ପାଇଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା କ୍ଷତି ସହିବ । ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି ? ମାଟି ଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ । ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ । ଜେନ୍-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡିଶାବାସୀ କ୍ଷମା ଦେବେନାହିଁ । ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି । ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ। ଆମେ ଲଢ଼ିବା, ଆମ ହକ ଫେରାଇ ଆଣିବା ।

About The Author: Madhusudan Das