କରୋନାକୁ ହରାଇବା ପାଇଁ ଗାଁକୁ ଗାଁ ବୁଲି ସଚେତନ କରୁଛନ୍ତି ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ପତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ରୋକୋଟ ଗ୍ରାମରେ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଇଂଜଣା ଗ୍ରାମର ସଞ୍ଜୟ କୁମାର ପତିଙ୍କ ଦ୍ଵାରା ମାସ୍କ, ସାନିଟାଇଜର , ସାବୁନ ଆଦି ବଣ୍ଟନ କରାଯାଇଛି। ଉକ୍ତ ଗ୍ରାମରେ ସମସ୍ତ ପରିବାରର ପ୍ରତ୍ୟେକ ଲୋକ କୋରନା ମହାମାରୀ ସମୟରେ କିପରି ସୁରକ୍ଷିତ ରହିବେ ସେ ଦିଗରେ ଲୋକଙ୍କୁ ସଞ୍ଜୟ ବୁଝାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପରିଷଦ ସଭ୍ୟ (ଜୋନ -୩୦) କୁନାଲ ରାଉତ, ନାରୀ […]

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ରୋକୋଟ ଗ୍ରାମରେ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଇଂଜଣା ଗ୍ରାମର ସଞ୍ଜୟ କୁମାର ପତିଙ୍କ ଦ୍ଵାରା ମାସ୍କ, ସାନିଟାଇଜର , ସାବୁନ ଆଦି ବଣ୍ଟନ କରାଯାଇଛି। ଉକ୍ତ ଗ୍ରାମରେ ସମସ୍ତ ପରିବାରର ପ୍ରତ୍ୟେକ ଲୋକ କୋରନା ମହାମାରୀ ସମୟରେ କିପରି ସୁରକ୍ଷିତ ରହିବେ ସେ ଦିଗରେ ଲୋକଙ୍କୁ ସଞ୍ଜୟ ବୁଝାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପରିଷଦ ସଭ୍ୟ (ଜୋନ -୩୦) କୁନାଲ ରାଉତ, ନାରୀ ଜାଗରଣ ମଞ୍ଚର ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପାଞ୍ଚଟି ପଂଚାୟତର ସମସ୍ତ ଗ୍ରାମରେ ମାସ୍କ, ସାନିଟାଇଜର ବଣ୍ଟନ କରିବାକୁ ନିଷ୍ପତି ନେଇଛନ୍ତି ସଞ୍ଜୟ ପତି। ସପ୍ତାହର ଶେଷ ଦିନ ଅର୍ଥାତ ରବିବାର ଏହି ବଣ୍ଟନ କାର୍ଯ୍ୟକ୍ରମ ଚାଲିବ। ପୂର୍ବରୁ ୪ ଟି ରବିବାର ଭିନ୍ନଭିନ୍ନ ଗ୍ରାମରେ ବଣ୍ଟନ କରି ସାରିଥିବା ସଞ୍ଜୟ କହିଛନ୍ତି।

About The Author: The Sakala