ଅଦାଲତରେ ବିଚାରାଧିନ ମାମଲାକୁ ନେଇ ଡ୍ରାମା କରନ୍ତୁ ନାହିଁ ବିରୋଧୀ : ବିଜେଡି

ଭୁବନେଶ୍ବର : ପାଞ୍ଚ ଦିନ ହେଲା ଆରମ୍ଭ ହେଲାଣି ବିଧାନସଭାର ଶୀତ ଅଧିବେଶନ । ହେଲେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ। ରାଜ୍ୟବାସୀଙ୍କର ବହୁ ସମସ୍ୟା ନେଇ ଗୃହରେ ଆଲୋଚନା କରିବା ବଦଳରେ ବିରୋଧୀ ବିଜେପି ଏବଂ କଂଗ୍ରେସରେ ଗୃହରେ ଡ୍ରାମା କରୁଛନ୍ତି। ବିଧାନସଭାରେ ଲାଗିରହିଥିବା ଏହି ଅଚଳାବସ୍ଥାକୁ ନେଇ ଶାସକ ବିଜେଡି ପ୍ରେସ୍‌ମିଟ୍‌ କରିଛି। ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ […]

ଭୁବନେଶ୍ବର : ପାଞ୍ଚ ଦିନ ହେଲା ଆରମ୍ଭ ହେଲାଣି ବିଧାନସଭାର ଶୀତ ଅଧିବେଶନ । ହେଲେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ। ରାଜ୍ୟବାସୀଙ୍କର ବହୁ ସମସ୍ୟା ନେଇ ଗୃହରେ ଆଲୋଚନା କରିବା ବଦଳରେ ବିରୋଧୀ ବିଜେପି ଏବଂ କଂଗ୍ରେସରେ ଗୃହରେ ଡ୍ରାମା କରୁଛନ୍ତି। ବିଧାନସଭାରେ ଲାଗିରହିଥିବା ଏହି ଅଚଳାବସ୍ଥାକୁ ନେଇ ଶାସକ ବିଜେଡି ପ୍ରେସ୍‌ମିଟ୍‌ କରିଛି। ସାମ୍ୱାଦିକ ସମ୍ମିଳନୀ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, ବିଧାନସଭାକୁ ଅଚଳ କିଏ କରୁଛି ସାଧାରଣଲୋକ ବୁଝିସାରିଲେଣି । ବିଧାନସଭା ଅଧିବେଶନର ପ୍ରଥମ ଦିନ ତାଲା ପକାଇଲେ କଂଗ୍ରେସ ବିଧାୟକ । ବିଧାନସଭା ଇତିହାସରେ ଏଭଳି କେବେ ହୋଇନଥିଲା । ବିଧାୟକ, ଅଧିକାରୀ ଓ କର୍ମଚାରୀ କେହି ବିଧାନସଭା ଆସିପାରିଲେନି । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଗୃହ ଚଳାଇ ଦେଲେନି ବିରୋଧୀ ।

ଗୃହରେ ଘଣ୍ଟ ବାଡେଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଡ୍ରାମା କଲେ । ୫ଦିନ ହେଲା ଡ୍ରାମା କରି ଗୃହକୁ ଅଚଳ କରୁଛନ୍ତି ବିରୋଧୀ । ଅଚଳ ଆରୋପ ସରକାରୀ ଦଳ ଉପରେ ଲଗାଇବା ଭୁଲ୍ । ଜଓ୍ୱାଦ ଯୋଗୁଁ ଚାଷୀ କାନ୍ଦୁଛି, ସେ ବିଷୟରେ ଆଜି ଆଲୋଚନା ହୋଇଥାନ୍ତା । ସେହିପରି ମମିତା ମେହେର ପ୍ରସଙ୍ଗରେ ଗୃହରେ ବିବୃତି ରଖିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ନ୍ୟାୟିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୋଗ ଠିକ ନୁହେଁ । ମମିତା ଘଟଣାରେ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଧାନସଭା ଚାଲିବାର ଆବଶ୍ୟକ । ତଦନ୍ତ ପ୍ରକ୍ରିୟା ଠିକଣା ବାଟରେ ଚାଲିଥିବା ଅତନୁ ସବ୍ୟସାଚୀ କହିଛନ୍ତି । ସୂଚନା ଯୋଗ୍ୟ ଯେ, ବିଧାନସଭାକୁ ସରକାରୀ ଦଳ ଅଚଳ କରିଥିବା କହିଥିଲେ ନରସିଂହ ।

ଏଥିସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ମାହାଙ୍ଗା ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ରାଜନୀତିକରଣ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଓଡ଼ିଶା ବିଜେପିର ଅଭ୍ୟାସ ଭଳି ଶ୍ରୀ ସମୀର ମହାନ୍ତି ସଂପୂର୍ଣ୍ଣ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି। ମାମଲାଟି ବିଚାରାଧୀନ ରହିଛି। ମନ୍ତ୍ରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଅଦାଲତ କୌଣସି ସ୍ଥାନରେ ଉଲ୍ଲେଖ କରିନାହାଁନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା  ପ୍ରମିଳା ମଲ୍ଲିକ।

ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଜବାବ ଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ଏହି ମାମଲାରେ ଅଭିଯୋଗକାରୀଙ୍କ ଆବେଦନ ପରେ ଅଦାଲତ କେବଳ ଆଇଆଇସିଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି।ଯେତେଦୂର ସିଡିଆର କଥା, ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ଆଇଆଇସି ସିଡିଆର ଗୁଡ଼ିକୁ ସଂରକ୍ଷଣ କରିଛନ୍ତି ଏବଂ ଆବଶ୍ୟକ ହେଲେ ଅଦାଲତରେ ଉପସ୍ଥାପନ କରାଯିବ। ଆମେ ଆଶା କରୁଛୁ ଶ୍ରୀ ମହାନ୍ତି ନ୍ୟାୟିକ ପ୍ରକ୍ରିୟା ଜାରି ରଖିବାକୁ ଦେବେ ଏବଂକୋର୍ଟରେ ବିଚାରାଧୀନ ଥିବା ବେଳେ ରାଜନୀତିକରଣ କରନ୍ତୁ ନାହିଁ। ଆଇନକୁ ତା’ କାର୍ଯ୍ୟ କରିବାକୁ ଦିଅନ୍ତୁ।  କୋର୍ଟଙ୍କ ରାୟକୁ ଅପେକ୍ଷା କରନ୍ତୁ, ବିଭ୍ରାନ୍ତିକର ତଥ୍ୟ ଦିଅନ୍ତୁନାହିଁ ବୋଲି ପ୍ରମିଳା କହିଛନ୍ତି ।

About The Author: The Sakala