ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧବେଶନ। ହେଲେ ଶେଷ ଦିନରେ ବି ଠିକ୍ସେ ଚାଲିପାରିଲା ନାହିଁ ଗୃହ। ଆଜି ଶେଷ ବିଧାନସବା ମୌସୁମୀ ଅଧିବେଶନରେ ମଧ୍ୟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା ହୋଇଛି। ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଯାହାଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ହେଉନଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ରବିଋତୁରେ ଧାନର ଏମଏସପି ବୃଦ୍ଧି କରାଯାଉନଥିବାରୁ ବିଜେଡିର ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ବ୍ୟାନର ଧରି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସମସ୍ତ ବିଜେଡି ବିଧାୟକ।
ବିଧାନସଭାରେ ବିରୋଧୀ ଗୃହକୁ ଚଳାଇ ନଦେବାରୁ , ଗାନ୍ଧୀମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ
ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧବେଶନ। ହେଲେ ଶେଷ ଦିନରେ ବି ଠିକ୍ସେ ଚାଲିପାରିଲା ନାହିଁ ଗୃହ। ଆଜି ଶେଷ ବିଧାନସବା ମୌସୁମୀ ଅଧିବେଶନରେ ମଧ୍ୟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା ହୋଇଛି। ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଯାହାଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି […]