ବିଜେପି ନିର୍ବାଚନ ବେଳେ ରକ୍ତମୁଖା ହୋଇପଡ଼େ: ବିଜେଡ଼ି

ଭୁବନେଶ୍ୱର: ନିର୍ବାଚନ ବେଳେ ରକ୍ତମୁଖା ହୋଇପଡ଼େ ବିଜେପି। ଏହାର ପ୍ରମାଣ ବିଗତ ଦିନରେ ଅନେକ ବାର ରାଜ୍ୟବାସୀ ଦେଖିଛନ୍ତି। ସେହି ଦଳର ନେତା ହିମାଂଶୁ ଶେଖର ସାହୁ, ଯିଏକି ଦଳରୁ ଟିକେଟ ନପାଇ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି, ସେ ମଧ୍ୟ ଏଭଳି କାମ କରିବାରୁ ବାଦ୍ ପଡ଼ିନାହାନ୍ତି। ତାଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି। ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଧର୍ମଶାଳା […]

ଭୁବନେଶ୍ୱର: ନିର୍ବାଚନ ବେଳେ ରକ୍ତମୁଖା ହୋଇପଡ଼େ ବିଜେପି। ଏହାର ପ୍ରମାଣ ବିଗତ ଦିନରେ ଅନେକ ବାର ରାଜ୍ୟବାସୀ ଦେଖିଛନ୍ତି। ସେହି ଦଳର ନେତା ହିମାଂଶୁ ଶେଖର ସାହୁ, ଯିଏକି ଦଳରୁ ଟିକେଟ ନପାଇ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି, ସେ ମଧ୍ୟ ଏଭଳି କାମ କରିବାରୁ ବାଦ୍ ପଡ଼ିନାହାନ୍ତି।

ତାଙ୍କ ବିରୋଧରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି। ଗତକାଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକ ଓସରା ଛକ ନିକଟରେ ରାଲିରେ ଯାଉଥିବା ବେଳେ ଏକ ଧଳା ରଙ୍ଗର ସ୍କର୍ପିଓ ଅତର୍କିତ ଭାବେ ସାମ୍ନାପଟୁ ମାଡ଼ିଆସିଥିଲା । କିଛି ବୁଝିବା ପୂର୍ବରୁ ୧୦ରୁ ଅଧିକ ବାଇକ ଉପରେ ମାଡ଼଼ିଯାଇଥିଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ବିଜେଡି କର୍ମୀ ଓ ସାଧାରଣ ଲୋକ ଆହତ ହୋଇଛନ୍ତି।

ଧର୍ମଶାଳା ନିର୍ବାଚନମଣ୍ଡଳୀରେ ସ୍ୱାଧୀନ ଭାବେ ଲଢ଼ୁଥିବା ହିମାଂଶୁ ଶେଖର ସାହୁ, ଯାହାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଆର୍ମସ ଆକ୍ଟରେ ଅନେକ ଅପରାଧିକ ମାମଲା ରହିଛି । ତାଙ୍କରି ପ୍ରରୋଚନାରେ ଏଭଳି ଘଟଣା ଘଟିଥିବାର ପ୍ରମାଣ ମିଳିଛି। ଏଣୁ ଏଭଳି ଲୋକଙ୍କ ସ୍ଥାନ ବାହାରେ ନୁହେଁ, ଜେଲର ଚାରି କାନ୍ଥ ଭିତରେ ବୋଲି କହିଛି ବିଜେଡି। ଏ ଦିଗରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାବି କରିଛି।

About The Author: The Sakala