By
The Sakala
ପାରାଦୀପ: କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଇକରେ ଯାଉଥିଲେ ବାପା, ମାଆ ଓ ପୁଅ। ଏକ କାର ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ବାପା ଓ ପୁଅଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ଘର ସ୍ଥାନୀୟ […]
ପାରାଦୀପ: କୁଜଙ୍ଗ ପଙ୍କପାଳ ଛକ ନିକଟରେ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାଇକରେ ଯାଉଥିଲେ ବାପା, ମାଆ ଓ ପୁଅ। ଏକ କାର ଉକ୍ତ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ମାଆଙ୍କର ମୃତ୍ୟୁ ଘଟିଥିବାବେଳେ ଗୁରୁତର ବାପା ଓ ପୁଅଙ୍କୁ ଉଦ୍ଧାର କରାଯାଇ କଟକ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ଘର ସ୍ଥାନୀୟ ଜହ୍ନାପାଳ ଗ୍ରାମର ବୋଲି ଜଣା ପଡିଛି। ଉକ୍ତ ଘଟଣା ପରେ ଗ୍ରାମବାସୀଙ୍କ ପକ୍ଷରୁ କଟକ- ପାରାଦୀପ ରାସ୍ତା ଅବରୋଧ କରଯାଇଛି।
About The Author: The Sakala