ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ବିଜୁ ଲିଗାସୀ କେବଳ ନବୀନ ପଟ୍ଟନାୟକ । ନବୀନଙ୍କ ଛଡା ବିଜୁ ଲିଗାସୀ ଆଉ କେହିଁ ନାହାନ୍ତି ଓଡ଼ିଶାରେ । ଏକଥା କହିଛନ୍ତି ବରିଷ୍ଠ ରାଜନେତା ପଞ୍ଚାନନ କାନୁନଗୋ । ସେ ଆହୁରି ମଧ୍ୟ କହିଛନ୍ତି କି, 1998 ଓ 2004 କିଛି ନେତା ଏକାଠି ହୋଇ ବିଜୁ ଲିଗାସୀ କଥା କହିଥିଲେ । ହେଲେ ସେଥିରେ ସେମାନେ ଅସଫଳ ହୋଇଥିଲେ । ଯେଉଁମାନେ ଆଜି ନିଜକୁ ବିଜୁ ଲିଗାସୀ କଥା କହୁଛନ୍ତି ସେମାନେ ପୁଣି ଥରେ ଅସଫଳ ହେବେ । ଯେଉଁମାନେ ପୂର୍ବରୁ ଲିଗାସୀ କଥା କହି ଅସଫଳ ହୋଇଛନ୍ତି ସେମାନେ ଆଜି ପୁଣି ଲିଗାସୀ କଥା ଜୋରରେ କହୁଛନ୍ତି । ଓଡିଶାବାସୀ କେବଳ ବିଜୁ ଲିଗାସୀ କହିଲେ ତାଙ୍କ ପୁଅ ଓ ପରିବାରକୁ ବୁଝନ୍ତି । ଯେଉଁଥିପାଇଁ ବିଜୁ ଲିଗାସୀ ଭାବେ ନବୀନ ପଟ୍ଟନାୟକ 24 ବର୍ଷ ଶାସନ କଲେ ଓ ଓଡିଶାବାସୀଙ୍କ ପ୍ରିୟ ନେତା ହୋଇଅଛନ୍ତି । ବିଜୁ ପଟ୍ଟନାୟକ ଓଡିଶା ପାଇଁ ଯାହା କରିଛନ୍ତି ତାହାର ଶ୍ରେୟ କେବଳ ନବୀନ ପଟ୍ଟନାୟକ ହିଁ ନେବେ ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ ।

About The Author: Madhusudan Das