କବାଡ଼ି କାରଖାନା ଉପରେ ପୁଲିସର ଚଢ଼ାଉ

ଯାଜପୁର: ଯାଜପୁର ଜିଲ୍ଲା ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ରବିବାର ପୁଲିସ ଚଢ଼ାଉ କରିଛି। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ। ସୂଚନା ଅନୁଯାୟୀ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି ମାଲିକ ନିଜ ଗାଡ଼ିର ଜିପିଏସକୁ ଟ୍ରାକ କରି ଗାଡ଼ିର ପିଛା କରିଥିଲେ। ଗାଡ଼ିଟି ଯାଜପୁରରୁ ଆସିବା ପରେ ଏକ କବାଡ଼ି ଖାନାକୁ ଯାଇଥିଲା। ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୁଲିସ୍ ଖବର ପାଇ କବାଡ଼ି […]

ଯାଜପୁର: ଯାଜପୁର ଜିଲ୍ଲା ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ରବିବାର ପୁଲିସ ଚଢ଼ାଉ କରିଛି। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୁଲିସ।

ସୂଚନା ଅନୁଯାୟୀ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି ମାଲିକ ନିଜ ଗାଡ଼ିର ଜିପିଏସକୁ ଟ୍ରାକ କରି ଗାଡ଼ିର ପିଛା କରିଥିଲେ। ଗାଡ଼ିଟି ଯାଜପୁରରୁ ଆସିବା ପରେ ଏକ କବାଡ଼ି ଖାନାକୁ ଯାଇଥିଲା। ଏନେଇ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୁଲିସ୍ ଖବର ପାଇ କବାଡ଼ି ଖାନା ଉପରେ ଚଢ଼ାଉ କରିଥିଲା। ତେବେ କବାଡ଼ି ଖାନାରୁ ଏହି ଗାଡ଼ି ସହ ଅନ୍ୟ ଗାଡ଼ି ମଧ୍ୟ ଜବତ ହୋଇଛି। ଏଠାରେ ଜିଲ୍ଲା ତଥା ଜିଲ୍ଲା ବାହାରର ଚୋରା ଗାଡ଼ି ଜବତ ହୋଇଥିବା ଜଣାପଡ଼ିଛି। ଘଟଣାରେ ପୁଲିସ୍ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

About The Author: The Sakala