ଧାମନଗର ଉପନିର୍ବାଚନ: ନଭେମ୍ବର ୧ ସରିବ ପ୍ରଚାର, ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ହେବ ୱେବ କାଷ୍ଟିଂ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ଅଭିଯୋଗ ପାଇଁ ମଧ୍ୟ ନମ୍ବର ଜାରି କାରାଯାଇଛି। ପୋଷ୍ଟାଲ ବାଲଟର ବ୍ଯବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ବରେ ରାଜ୍ଯ ପୁଲିସର […]

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ଅଭିଯୋଗ ପାଇଁ ମଧ୍ୟ ନମ୍ବର ଜାରି କାରାଯାଇଛି। ପୋଷ୍ଟାଲ ବାଲଟର ବ୍ଯବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ବରେ ରାଜ୍ଯ ପୁଲିସର ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ଟି ଲେଖାଏଁ ବିଏସଏଫ ଓ ସିଆରପିଏଫ ଫୋର୍ସ ମୁତୟନ ହେବେ ବୋଲି ରଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

About The Author: The Sakala