ସରକାରୀ କ୍ୱାର୍ଟରରୁ ମିଳିଲା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନାର କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ତାଙ୍କର ଘର ଆନନ୍ଦପୁରରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ସେ ପାରିବାରିକ କଳହରୁ ତିହିଡି ଥାନା ପରିସରରେ ଥିବା ନିଜର ସରକାରୀ କ୍ବାଟରରେ ଵେକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ତିହିଡି ପୋଲିସ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରି ଶବବ୍ୟବଛେଦ ପାଇଁ […]

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନାର କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ । ତାଙ୍କର ଘର ଆନନ୍ଦପୁରରେ ବୋଲି ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ସେ ପାରିବାରିକ କଳହରୁ ତିହିଡି ଥାନା ପରିସରରେ ଥିବା ନିଜର ସରକାରୀ କ୍ବାଟରରେ ଵେକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଖବର ପାଇ ତିହିଡି ପୋଲିସ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତୋଫାନ ପାତ୍ର ଦୀର୍ଘଦିନ ଧରି ତିହିଡି ପୁଲିସ ଥାନାରେ କାର୍ଯ୍ୟରତ ଥିଲେ। ଅନ୍ୟ ପକ୍ଷରେ ତାଙ୍କର ପାରିବାରିକ ବିବାଦ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗିରହିଥିଲା। ପ୍ରତ୍ୟେକ ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ଏହି କରଣ ରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

About The Author: The Sakala