ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଭଦ୍ରକ: ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବାବାଙ୍କ ଦର୍ଶନ କରିବା ସହ ଆଖଣ୍ଡଳମଣି ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କାର୍ଯ୍ଯ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ। ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପୀଠରେ ପହଞ୍ଚି ଉନ୍ନତିକରଣ କାର୍ଯ୍ଯ […]

ଭଦ୍ରକ: ଆରଡିପୀଠରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ବାବାଙ୍କ ଦର୍ଶନ କରିବା ସହ ଆଖଣ୍ଡଳମଣି ପୀଠ ଓ ମନ୍ଦିର ଚତୁଃପାର୍ଶ୍ବର ସମ୍ପ୍ରସାରଣ କାର୍ଯ୍ଯ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ। ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ପୀଠରେ ପହଞ୍ଚି ଉନ୍ନତିକରଣ କାର୍ଯ୍ଯ ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ମନ୍ଦିର ଶିବଗଙ୍ଗା ପୁଷ୍କରିଣୀ ନିକଟରେ ପ୍ରସ୍ତୁତ ସ୍କେଚମ୍ୟାପ ଦେଖିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ମନ୍ଦିର ସମ୍ପ୍ରସାରଣ କାର୍ଯ୍ଯ ନିମନ୍ତେ ଆଖପାଖରେ ଉଚ୍ଛେଦ କାର୍ଯ୍ଯ ହେବାକୁ ଥିବାବ ବେଳେ ପ୍ରଭାବିତ ଲୋକ ଦୋକାନୀଙ୍କ ଥଇଥାନ ନିମନ୍ତେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଦୀର୍ଘବର୍ଷ ଧରି ମନ୍ଦିର ସମ୍ପ୍ରସାରଣ ଓ ଉନ୍ନତି ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତି ସରିଥିଲେ ବି କାର୍ଯ୍ଯକାରି ହୋଇପାରିନି । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୨କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାରୁ ମାଷ୍ଟର ପ୍ଲାନ ବାସ୍ତବ ରୂପ ନେବ ବୋଲି ସେବାୟତ କହିଛନ୍ତି।

About The Author: The Sakala