ଭଦ୍ରକ ଜିଲ୍ଲା ଚନ୍ଦସାହି ଗାଁର ନିଆରା ପରମ୍ପରା, ଯେଉଁଠି ଦେବତାଙ୍କ ବଦଳରେ ପୂଜା ପାଆନ୍ତି ଅସୁର

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଗାଁରେ ଅସୁର ପୂଜା କାନକୁ ଅଡୁଆ ଲାଗୁଥିବ । ଦେବତାଙ୍କୁ ପୂଜା ନ କରି ଅସୁରଙ୍କୁ ପୂଜା କରାଯାଉଛି ଏହି ଗାଁ ରେ । ଶହ ଶହ ବର୍ଷ ଧରି ଶମ୍ବରାସୁର ପୂଜା ହୋଇ ଆସୁଛି । ଯଦିଓ ଏ ପୂଜା ପ୍ରକୃତରେ କେବେଠୁ ଆରମ୍ଭ ହୋଇଛି, ଗାଁ ଲୋକେ ଠିକରେ କହିପାରୁ ନାହାନ୍ତି, ତଥାପି ବାପ ଗୋସେଇଁ ବାପ କରି ଆସୁଥିଲେ, ଆମେ କରୁଛୁ ବୋଲି କୁହନ୍ତି । ଭାରତବର୍ଷ ତଥା ଆମ […]

ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଗାଁରେ ଅସୁର ପୂଜା କାନକୁ ଅଡୁଆ ଲାଗୁଥିବ । ଦେବତାଙ୍କୁ ପୂଜା ନ କରି ଅସୁରଙ୍କୁ ପୂଜା କରାଯାଉଛି ଏହି ଗାଁ ରେ । ଶହ ଶହ ବର୍ଷ ଧରି ଶମ୍ବରାସୁର ପୂଜା ହୋଇ ଆସୁଛି । ଯଦିଓ ଏ ପୂଜା ପ୍ରକୃତରେ କେବେଠୁ ଆରମ୍ଭ ହୋଇଛି, ଗାଁ ଲୋକେ ଠିକରେ କହିପାରୁ ନାହାନ୍ତି, ତଥାପି ବାପ ଗୋସେଇଁ ବାପ କରି ଆସୁଥିଲେ, ଆମେ କରୁଛୁ ବୋଲି କୁହନ୍ତି ।

ଭାରତବର୍ଷ ତଥା ଆମ ଓଡିଶାର ସବୁଆଡେ ଦେବତା ବା ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ପରମ୍ପରା ସବୁଠି ବିଦ୍ୟମାନ । ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦିହୁଡ଼ି ଆନନ୍ଦପୁରର ଚନ୍ଦସାହିରେ ଏକ ନିଆରା ପରମ୍ପରା ରହିଛି । ଏହି ଚନ୍ଦସାହି ଗାଁରେ ଶହ ଶହ ବର୍ଷ ଧରି ଶମ୍ବରାସୁର ପୂଜା ହୋଇଆସୁଛି । ଶାମ୍ବ ଦଶମୀ ଦିନ ଗାଁ ଲୋକେ ଏଠାରେ ଶମ୍ବରାସୁର ଓ ନାରାୟଣଙ୍କୁ ପୂଜା କରିଥାନ୍ତି । ଏଥିଲାଗି ଗାଁ ମଣ୍ଡପରେ ଶମ୍ବରାସୁରଙ୍କର ବିରାଟ ମୂର୍ତ୍ତି ଓ ନାରାୟଣ ମୂର୍ତ୍ତି କରାଯାଇଥାଏ ।

ପୂର୍ବରୁ ଖୁବ ଧୁମଧାମରେ ପାଳନ ହେଉଥିଲା ପୂଜା ହେଲେ ଏବେ ଏହାର ମଉଜ କମି ଆସିଛି । ଚନ୍ଦସାହି ସପ୍ତାଘରେ ସବୁ ବର୍ଷ ଶାମ୍ବ ଦଶମୀରୁ ୧୫ ଦିନ ଯାଏ ଶମ୍ବରାସୁର ଓ ଭଗବାନ ନାରାୟଣକୁ ପୂଜା କରାଯାଇଥାଏ । ଏ ପୂଜା କେବେ ଆରମ୍ଭ ହେଲା, ସେନେଇ କେହି ସଠିକ ଭାବେ କହି ପାରୁନାହାନ୍ତି । ତଥାପି ଲୋକଙ୍କ କହିବା କଥା ଯେ ଗାଁଠୁ ଅଳ୍ପ ଦୂରରେ ସିଦେ୍ଧଶ୍ୱର ପୀଠ ରହିଛି । ସେହିଠାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ତପସ୍ୟା କରି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ସେ ରୋଗମୁକ୍ତ ହେବା ଦିନକୁ ଶାମ୍ବଦଶମୀ ବୋଲି ପାଳନ କରାଯାଏ । ତେବେ ଦୀର୍ଘ ବର୍ଷ ପୂର୍ବେ ଶାମ୍ବ ଦଶମୀ ପାଳନ ବେଳେ ଏହି ଗାଁରେ ହଇଜା ବ୍ୟାପିଥିଲା । ଶମ୍ବରାସୁରଙ୍କ କୋପରେ ହଇଜା ବ୍ୟାପୁଛି ବୋଲି ଗାଁରେ ଚର୍ଚ୍ଚା ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଦୃଢ ଧାରଣା ଜନ୍ମିଲା । ଏଣୁ ତତ୍‌କାଳୀନ ଜମିଦାର ଦୋଳଗୋବିନ୍ଦ ବାବୁ ଗାଁ ଲୋକଙ୍କୁ ନେଇ ଶମ୍ବରାସୁରଙ୍କୁ ଶାନ୍ତ କରିବା ଲାଗି ତାଙ୍କର ପୂଜା ଆୟୋଜନ କରିଥିଲେ ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ । ପୂର୍ବରୁ ଏ ପୂଜା ଖୁବ ବେଶ ଯାକଯମକ ତଥା ଆଡମ୍ବରରେ ପାଳିତ ହେଉଥିଲା । ହେଲେ ବିଭିନ୍ନ କାରଣରୁ ଗାଁ ଭାଗ ଭାଗ ହୋଇଯିବାରୁ ଲୋକେ ଆଉ ଏ ପୂଜାକୁ ଆଡମ୍ବରପୂର୍ଣ୍ଣ କରିବାକୁ ବିଶେଷ ମନଦେଉ ନାହାନ୍ତି । କେଭଳ ପରମ୍ପରା ରକ୍ଷା ନାଁରେ କିଛି ଯୁବକ ଏ ପୂଜାକୁ ବଞ୍ଚାଇ ରଖିଛନ୍ତି ।

About The Author: The Sakala