ଅକ୍ଟୋବର ୭ରୁ ବିଇଡି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଇଡି କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୭ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ସେପ୍ଟେମ୍ବର ୨୫ରୁ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ସାମ୍ସ ୱେବ ସାଇଟରୁ ନିଜର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ କରି ପାରିବେ। ତେବେ ଏନସିଟିଇ ମାନ୍ୟତା ପ୍ରତ୍ୟାହାର କରିଥିବା ହେତୁ ଚଳିତ ବର୍ଷ ଅଳ୍ପ ସଂଖ୍ୟକ ସିଟ୍‌ରେ ନାମଲେଖା ହେବ। ସ୍ଵୟଂ ଶାସିତ କଲେଜଗୁଡ଼ିକର ସେଲ୍ଫ […]

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବିଇଡି କଲେଜରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଅକ୍ଟୋବର ୭ରୁ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ସେପ୍ଟେମ୍ବର ୨୫ରୁ ଅନଲାଇନରେ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ସାମ୍ସ ୱେବ ସାଇଟରୁ ନିଜର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ କରି ପାରିବେ। ତେବେ ଏନସିଟିଇ ମାନ୍ୟତା ପ୍ରତ୍ୟାହାର କରିଥିବା ହେତୁ ଚଳିତ ବର୍ଷ ଅଳ୍ପ ସଂଖ୍ୟକ ସିଟ୍‌ରେ ନାମଲେଖା ହେବ। ସ୍ଵୟଂ ଶାସିତ କଲେଜଗୁଡ଼ିକର ସେଲ୍ଫ ଫାଇନାନ୍ସିଂ କୋର୍ସ ସିଟ୍ ଓ ସରକାରୀ ଶିକ୍ଷା ମହାବିଦ୍ୟାଳୟର ସିଟ୍‌କୁ ମିଶାଇ ପ୍ରାୟ ଏକ ହଜାର ସିଟରେ ଛାତ୍ରଛାତ୍ରୀ ବିଇଡି ନାମଲେଖାଇବେ ।

ସରକାରୀ ବିଇଡି କଲେଜଗୁଡ଼ିକ ମଧ୍ୟରେ କଟକର ରାଧାନାଥ ବିଇଡି କଲେଜ, ସମ୍ବଲପୁରର ଡ. ପର୍ଶୁରାମ ମିଶ୍ର ବିଇଡି କଲେଜ, ବ୍ରହ୍ମପୁରର ଦିବାକର ପଟ୍ଟନାୟକ ବିଇଡି କଲେଜ, ବଲାଙ୍ଗିର ବିଇଡି କଲେଜ, ଭୁବନେଶ୍ବରର ନଳିନୀ ଦେବୀ ବିଇଡି କଲେଜ, ବାଲେଶ୍ବର ବିଇଡି କଲେଜ, ଅନୁଗୁଳର ଏନ୍‌କେସି ବିଇଡି କଲେଜ ଏବଂ କଟକର ହିନ୍ଦୀ ବିଇଡି କଲେଜରେ ୫୦ଟି ଲେଖାଏଁ ସିଟ୍‌ରେ ଛାତ୍ରଛାତ୍ରୀ ନାମ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ  www.samsodisha gov.in ୱେବସାଇଟ ଜରିଆରେ ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି।

About The Author: The Sakala