ସୋସିଆଲ ମିଡ଼ିଆରେ ଅଶ୍ଲୀଳ ଖବର ଅପ୍‌‌ଲୋଡ୍‌‌ କରୁଥିଲେ ହୋଇଯାଆନ୍ତୁ ସାବଧାନ; କମିସନ୍‌‌ରେଟ୍‌‌ ପୁଲିସ ଆଣୁଛି ନୂତନ ସଫ୍ଟୱେର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭିଡିଓ ପୋଷ୍ଟ କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର୍‌‌ ଥାନା ପୁଲିସ, ଏସ୍‌‌ଟିଏଫ ଏବଂ କ୍ରାଇମ୍‌‌ବ୍ରାଞ୍ଚର ନଜର ରଖିଛି। ଯେଉଁଠି ଅଶ୍ଲୀଳ କିମ୍ବା ଛୋଟ ପିଲାଙ୍କ ଉପରେ ପକାଉଥିବା ଭିଡ଼ିଓ, ଫଟୋ ଛାଡାଯିବ, ତୁରନ୍ତ ସେମାନଙ୍କ ଆଇପି ଠିକଣା ଯାଞ୍ଚ କରାଯାଇ ଘରେ ପୁଲିସ ପହଞ୍ଚିବ। କମ୍ପ୍ୟୁଟର ଜବତ କରିବା ସହ ଆଇଟି ଆକ୍ଟରେ ଗିରଫ କରି ଉକ୍ତ ଚ୍ୟାନେଲକୁ ବ୍ୟାନ୍‌‌ କରିବ। ବାଲେଶ୍ୱରରେ ମଧ୍ୟ ଅନ୍‌‌ ଟାଲେଣ୍ଟେଡ ଗାଏର […]

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ଭିଡିଓ ପୋଷ୍ଟ କରୁଥିଲେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର୍‌‌ ଥାନା ପୁଲିସ, ଏସ୍‌‌ଟିଏଫ ଏବଂ କ୍ରାଇମ୍‌‌ବ୍ରାଞ୍ଚର ନଜର ରଖିଛି। ଯେଉଁଠି ଅଶ୍ଲୀଳ କିମ୍ବା ଛୋଟ ପିଲାଙ୍କ ଉପରେ ପକାଉଥିବା ଭିଡ଼ିଓ, ଫଟୋ ଛାଡାଯିବ, ତୁରନ୍ତ ସେମାନଙ୍କ ଆଇପି ଠିକଣା ଯାଞ୍ଚ କରାଯାଇ ଘରେ ପୁଲିସ ପହଞ୍ଚିବ। କମ୍ପ୍ୟୁଟର ଜବତ କରିବା ସହ ଆଇଟି ଆକ୍ଟରେ ଗିରଫ କରି ଉକ୍ତ ଚ୍ୟାନେଲକୁ ବ୍ୟାନ୍‌‌ କରିବ। ବାଲେଶ୍ୱରରେ ମଧ୍ୟ ଅନ୍‌‌ ଟାଲେଣ୍ଟେଡ ଗାଏର ୟୁ-ଟ୍ୟୁବ୍‌‌ ଚ୍ୟାନେଲ ବ୍ୟାନ୍‌‌ କରାଯାଇଛି ।

ସୋସିଆଲ ମିଡ଼ିଆରେ ବିଭିନ୍ନ ଅଶ୍ଲୀଳ ଖବର ଅପ୍‌‌ଲୋଡ୍‌‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ପୁଲିସ। ଯେଉଁ ୟ୍ୟୁ-ଟୁବ୍‌‌ ଚ୍ୟାନେଲରେ ଏଭଳି ଅଶ୍ଲୀଳ କଣ୍ଟେନ୍‌‌ ଛଡାଯାଉଥିବ ତାହାକୁ ବନ୍ଦ କରିବାକୁ ଏନେଇ ପୁଲିସ ୟ୍ୟୁ-ଟ୍ୟୁବ୍‌‌ ଅଫିସକୁ ଚିଠି ଲେଖିବ। ଯାହା ନ ହେଲେ ପୁଲିସ ପରବର୍ତ୍ତୀ କଡା ପଦେକ୍ଷପ ନେବ।

ସାମାଜିକ ଗଣମାଧ୍ୟମରେ ଅଶ୍ଲୀଳ ଭିଡ଼ିଓ ପୋଷ୍ଟରୁ ରୋକିବା ପାଇଁ କମିସନରେଟ୍‌‌ ପୁଲିସ ବିଦେଶରୁ ଅତ୍ୟାଧୁନି ସଫ୍ଟୱେର ଆଣିବ। ଏହି ସଫ୍ଟୱେର ସୋସିଆଲ ମିଡ଼ିଆରେ ଜାଲ ବିଛାଇ ରହିବ। ଯଦି କୌଣସି ଆଇପି ଠିକଣାରେ ଅଶ୍ଲୀଳ ଭିଡ଼ିଓ କିମ୍ବା ଫଟୋ ପୋଷ୍ଟ କରାଯିବ ତୁରନ୍ତ ଏହି ସଫ୍ଟୱେର ପୁଲିସକୁ ସୂଚନା ଦେବ। ସେହିପରି ଯଦି କେହି ଶିଶୁଙ୍କ ଭିଡ଼ିଓ, ଫଟୋ ପର୍ଣ୍ଣସାଇଟ୍‌‌କୁ ବିକ୍ରି କରନ୍ତି ତେବେ ଟପ୍‌‌ଲାଇନ୍‌‌ ଦ୍ୱାରା ପୁଲିସ ଧରିବ। ପ୍ରକାଶ ଥାଉ କି ଏନ୍‌‌ସିଆରବି ରିପୋର୍ଟ ଅନୁସାରେ ଶିଶୁଙ୍କ ଅଶ୍ଲୀଳ ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡିବା ନେଇ ୨୦୨୧ରେ ୭୧ଟି ମାମଲା ହୋଇଥିଲା। ୨୦୨୦ରେ ୪୮ଟି ହୋଇଥିବା ବେଳେ ଏହା ବଢିବାରେ ଲାଗିଛି। ସେହିପରି ପକ୍‌‌ସୋ ଆକ୍ଟରେ ୨୦୧୯ରେ ୨୦୩୭ ମାମଲା ରୁଜୁ ହୋଇଥିଲା।

About The Author: The Sakala