ସାବଧାନ ହେଇଯାଆନ୍ତୁ ନକଲି ସାମ୍ବାଦିକ, ଗାଡ଼ିରେ ‘ପ୍ରେସ୍‌’ ଲେଖି ବୁଲିଲେ ଯାଞ୍ଚ କରିବ ପୁଲିସ

କଟକ: ଦିନକୁ ଦିନକୁ ବଢିଚାଲିଛି ନକଲି ସାମ୍ବାଦିକଙ୍କ କାରନାମା । ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ଏହି ନକଲି ସାମ୍ବାଦିକମାନେ । ଏଭଳି ସାମ୍ବାଦିକଙ୍କୁ ସାବାଡ୍ କରିବା ପାଇଁ  ଯୋଜନା କରିଛି କମିଶନରେଟ୍ ପୋଲିସ । ଏଥର ଗାଡ଼ିରେ ମନଇଚ୍ଛା ‘ପ୍ରେସ୍‌’ ଲେଖିବା ପଡିବ ମହଙ୍ଗା । ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି […]

କଟକ: ଦିନକୁ ଦିନକୁ ବଢିଚାଲିଛି ନକଲି ସାମ୍ବାଦିକଙ୍କ କାରନାମା । ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି ଏହି ନକଲି ସାମ୍ବାଦିକମାନେ । ଏଭଳି ସାମ୍ବାଦିକଙ୍କୁ ସାବାଡ୍ କରିବା ପାଇଁ  ଯୋଜନା କରିଛି କମିଶନରେଟ୍ ପୋଲିସ । ଏଥର ଗାଡ଼ିରେ ମନଇଚ୍ଛା ‘ପ୍ରେସ୍‌’ ଲେଖିବା ପଡିବ ମହଙ୍ଗା । ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍‌ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ଯୋଜନା କରିଛି। ଯେଉଁ ମାନେ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ଏହା ଦ୍ୱାରା ନକଲି ସାମ୍ବାଦିକ ଠାବ ହୋଇ ପାରିବେ। ଏଥିରେ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁରୋଧ କରିଛନ୍ତି।

ଅଧିକାଂଶ ଗଣମାଧ୍ୟମର ଗାଡ଼ିକୁ ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡ଼ିନଥାଏ । ସେଥିପାଇଁ ଗାଡ଼ିରେ ପ୍ରେସ୍‌ ଲେଖି ଅନେକ ସମୟରେ ଅସାମାଜିକ ବ୍ୟକ୍ତି ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଅପରାଧୀ ମଧ୍ୟ ତାଙ୍କ ଗାଡ଼ିରେ ପ୍ରେସ୍‌ ଲେଖି ଅପରାଧିକ ଷଡ଼ଯନ୍ତ୍ର କରୁଥିବାର ନଜିର ସାମ୍ନାକୁ ଆସୁଛି । ଏପରିକି କିଛି ଅସାଧୁ ବ୍ୟକ୍ତି ନକଲି ପ୍ରେସ କାର୍ଡ୍ ମଧ୍ୟ ବିକ୍ରି କରିବାକୁ ପଛାଉ ନାହାନ୍ତି ।

About The Author: The Sakala