ବରଗଡ଼/ବିଜେପୁର: ଆଜି ତୃତୀୟ ପର୍ୟ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁର ବ୍ଲକ ଓ ବରପାଲି ବ୍ଲକରେ ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇଯାଇଛି। ଏହି ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ବିଜେପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ପାଇଁ ୨୬୬ ବୁଥରେ ୭୪ ହଜାର ୩୦୧ ଜଣ ମତଦାତା ୪୩୨ ଜଣ ୱାର୍ଡ ସଭ୍ୟ,୭୯ ଜଣ ସମିତି ସଭ୍ୟ,୬୭ ଜଣ ସରପଞ୍ଚ ତଥା ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।ସେହିପରି ବରପାଲି ବ୍ଲକର ୨୩ ଗୋଟି ପଞ୍ଚାୟତ ପାଇଁ ୨୯୨ ବୁଥରେ ୮୬ ହଜାର ୪୪୬ ଜଣ ମତଦାତା ୩୯୧ ଜଣ ୱାର୍ଡ ସଭ୍ୟ,୯୫ ଜଣ ସମିତି ସଭ୍ୟ,୬୨ ଜଣ ସରପଞ୍ଚ ତଥା ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ଉଭୟ ପଞ୍ଚାୟତ ସମିତିରେ ୮୪ଟି ସମ୍ବେଦନଶୀଳ ବୁଥ ଚିନ୍ହଟ ହୋଇଥିବା ବେଳେ ୨ ଟି ଲେଖାଏଁ ପିଙ୍କ ବୁଥ ଓ ଗୋଟିଏ ଲେଖାଏଁ ଆଦର୍ଶ ବୁଥ କରାଯାଇଛି।ହସ୍ତଗତ ସୂଚନା ଅନୁଯାୟୀ ଦିନ ୯ ଟା ସୁଦ୍ଧା ୨୧.୭୩% ମତଦାନ ରେକର୍ଡ କରାଯାଇଛି।
ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ: ସକାଳ ୯ ଟା ସୁଦ୍ଧା ୨୧.୭୩% ମତଦାନ
ବରଗଡ଼/ବିଜେପୁର: ଆଜି ତୃତୀୟ ପର୍ୟ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁର ବ୍ଲକ ଓ ବରପାଲି ବ୍ଲକରେ ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇଯାଇଛି। ଏହି ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀରେ ବିଜେପୁର ବ୍ଲକର ୨୨ ଗୋଟି ପଞ୍ଚାୟତ ପାଇଁ ୨୬୬ ବୁଥରେ ୭୪ ହଜାର ୩୦୧ ଜଣ ମତଦାତା ୪୩୨ ଜଣ ୱାର୍ଡ ସଭ୍ୟ,୭୯ ଜଣ ସମିତି ସଭ୍ୟ,୬୭ ଜଣ ସରପଞ୍ଚ ତଥା ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ଭାଗ୍ୟ […]