ବରଗଡ଼: ବିଶ୍ବର ସର୍ବବୃହତ୍ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା। ପରେ ହାଟପଦାସ୍ଥିତ ମାଁ’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ପଡ଼ିଆକୁ ଶୋଭାଯାତ୍ରା ଯାଇଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ। ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କର୍ତ୍ତା ଥିଲେ। ରାଜପୁରୋହିତ ଦାଶ ଚାରି ଦଶଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୬ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହରପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଜାନୁଆରୀ ୧୫ରୁ ଆରମ୍ଭ ହୋଇ ଜାନୁଆରୀ ୨୫ ପର୍ଯ୍ୟନ୍ତ ଚାଲିବ।
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ
ବରଗଡ଼: ବିଶ୍ବର ସର୍ବବୃହତ୍ ଖୋଲା ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଛି। ଶୁକ୍ରବାର ସଂଧ୍ୟା ୬ଟାରେ ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କଠାରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା। ପରେ ହାଟପଦାସ୍ଥିତ ମାଁ’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ପଡ଼ିଆକୁ ଶୋଭାଯାତ୍ରା ଯାଇଥିଲା। ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ। ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା […]