ସାବଧାନ ! ଏକୁଟିଆ ବ୍ୟାଗ୍ ଧରି ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ବଞ୍ଜାରା ଗ୍ୟାଙ୍ଗ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ବଞ୍ଜାରା ଗ୍ୟାଙ୍ଗ୍ । ଏକୁଟିଆ ବ୍ୟାଗ୍ ଧରିଥିବା ମହିଳାଙ୍କୁ କରୁଛନ୍ତି ଟାର୍ଗେଟ I ଖଣ୍ଡଗିରି ମେଳାରେ ଖେଳାଉଛନ୍ତି ଲୁଟ୍ ଆତଙ୍କ। ଆଖି ପିଛୁଳାକେ ଗାଏବ କରୁଛନ୍ତି ମୋବାଇଲ, ପର୍ସ ଓ ସୁନା ଅଳଙ୍କାର। ଲୁଟପାଟ କରି ଲୋକଙ୍କ ନିଦ ହଜାଇବା ପରେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ପୃଥକ ପୃଥକ କେସରେ ୧୧ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ଠାରୁ ନଗଦ ଟଙ୍କା ସହ ମୋବାଇଲ ଜବତ କରାଯାଇଛି। ଭିଡର ସୁଯୋଗ ନେଇ ଏମାନେ ଖେଳାଉଥିଲେ ଆତଙ୍କ। ପୂର୍ବରୁ ଅଟୋରୁ ଜଣେ ମହିଳାଙ୍କଠାରୁ ୯ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେବା ପରେ ପୁଣି ଆଉ ଜଣେ ମହିଳା ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖରେ ତାଙ୍କୁ ଘେରିଯାଇ ବ୍ୟାଗ୍ ଖୋଲି ନେଇଯାଇଛନ୍ତି ଟଙ୍କା ଓ ମୋବାଇଲ । ଯାହାକୁ ନେଇ ସିସିଟିଭି ଫୁଟେଜ ସହୟତାରେ ଚିହ୍ନଟ କରି ୧୧ ଜଣ ବଞ୍ଜାରା ଗ୍ୟାଙ୍ଗକୁ ବାନ୍ଧି କୋର୍ଟଚାଲାଣ କରିଛି ପୋଲିସ ।

About The Author: Madhusudan Das