ଯୁବକଙ୍କୁ ବିବାହିତା ମହିଳାଙ୍କ ଚପଲ ମାଡ଼, ଭାଇରାଲ ହେଲା ଭିଡିଓ

ବାହାନଗା:ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଧିନ ସେରଗଡ଼ ଅଂଚଳରେ ୧୬ନଂ ଜାତୀୟ ରାଜପଥର ଉପରେ ଜଣେ ମହିଳା ଯୁବକଙ୍କୁ ଚପଲରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୂଚନା ମୁତାବକ, ତୁରିଗଡ଼ିଆ ଅଂଚଳର ଜଣେ ଯୁବକ ସେରଗଡ଼ ଅଞ୍ଚଳରେ ଭଡ଼ାରେ ରହିଥିବା ଜଣେ ଯୁବତୀଙ୍କୁ ଫେସବୁକ ପରେ ମୋବାଇଲ ମାଧ୍ୟମରେ ଯୋଗାଯୋଗରେ ରହିଥିଲେ। ତେବେ ସେରଗଡ଼ ଟୋଲଗେଟ ନିକଟରେ ଯୁବକଙ୍କୁ ମହିଳା ଜଣକ କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇ ଚପଲରେ ନିସ୍ତୁକ […]

ବାହାନଗା:ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଧିନ ସେରଗଡ଼ ଅଂଚଳରେ ୧୬ନଂ ଜାତୀୟ ରାଜପଥର ଉପରେ ଜଣେ ମହିଳା ଯୁବକଙ୍କୁ ଚପଲରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମୁତାବକ, ତୁରିଗଡ଼ିଆ ଅଂଚଳର ଜଣେ ଯୁବକ ସେରଗଡ଼ ଅଞ୍ଚଳରେ ଭଡ଼ାରେ ରହିଥିବା ଜଣେ ଯୁବତୀଙ୍କୁ ଫେସବୁକ ପରେ ମୋବାଇଲ ମାଧ୍ୟମରେ ଯୋଗାଯୋଗରେ ରହିଥିଲେ। ତେବେ ସେରଗଡ଼ ଟୋଲଗେଟ ନିକଟରେ ଯୁବକଙ୍କୁ ମହିଳା ଜଣକ କୌଣସି କଥାକୁ ନେଇ ଉତକ୍ଷିପ୍ତ ହୋଇ ଚପଲରେ ନିସ୍ତୁକ ମାଡ଼ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାର ଭିଡ଼ିଓରେ ଦେଖାଯାଇଛି। ନିକଟରେ ଜଣେ ବୟସ୍କ ବ୍ୟକ୍ତି ମହିଳାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ଖବର ଲେଖା ହେବା ବେଳକୁ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ। ତେବେ ଭାଇରାଲ ହେଉଥିବା ଭିଡିଓ କେବେକାର ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ।

About The Author: The Sakala