ବାଲେଶ୍ଵର: ବାଲେଶ୍ଵର ସହର ଉପକଣ୍ଠ ସୋମନାଥପୁର ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଚାଲିଥିବା ବେଳେ ଡିଜେ ଗାଡ଼ିର ଚକା ତଳେ ପଡ଼ି ଖପରାପଦା ଗ୍ରାମର ହରେନ୍ଦ୍ର ମହାଳିକ(୩୫)ଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ଖବର ପାଇ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି।
ସୂଚନା ଅନୁଯାୟୀ, ମୃତ ଯୁବକ ତାଙ୍କ ପୁତୁରା ମନ୍ଦିରରେ ବାହାଘର ଶେଷ ହେବା ପରେ ସନ୍ଧ୍ଯାରେ ବରକନ୍ୟାଙ୍କ ସହ ଘରକୁ ବାହୁଡ଼ିବା ସମୟରେ ଶୋଭାଯାତ୍ରାରେ ଯୋଗଦେଇ ଥିଲେ। ସୋମନାଥପୁର ଛକଠାରୁ ଡିଜେ ଶୋଭାଯାତ୍ରା କରି ଗାଁକୁ ଯାଉଥିବା ସମୟରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଗ୍ରାମର ନୂଆପୋଖରୀ ଆଡ଼ି ପାଖରେ ଭାରସାମ୍ୟ ହରାଇ ଡିଜେ ଗାଡ଼ି ଅଘଟଣ ଘଟି ଚକା ତଳେ ପଡ଼ିଯାଇଥିଲା। ତେବେ ତାଙ୍କ ବେକ ଉପରେ ଗାଡ଼ି ଚକା ଚଢ଼ିଯାଇ ଗାଡ଼ିଟି ଆଗକୁ ମାଡ଼ି ଯିବା ପରେ ଗୁରତର ହୋଇ ଯାଇଥିଲେ। ସମ୍ପର୍କୀୟ ମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।