ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମନ୍ଦିର ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର । ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ସାଇ ମନ୍ଦିର ଗଳି ନିକଟରେ ଜଣଙ୍କୁ ବେକ କାଟି ନିର୍ମମ ହତ୍ୟା କରାଯାଇଥିବା ସୂଚନା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଲୋକେ ଦେଖିବା ପରେ ୧୦୮ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର। ମୃତଦେହଟି ଖୋଲା ଦେହରେ ଥିବା ବେଳେ ବୟସ ପାଖାପାଖି ୪୦ ବର୍ଷ ପାଖାପାଖି ବୋଲି ଅନୁମାନ କରାଯାଉଛି। ମୃତକର ବେକ, ଛାତି ଓ ପେଟରେ ଧାରୁଆ ଅସ୍ତ୍ରରେ ହାଣି ଦିଆଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣା ସ୍ଥଳରେ ସହଦେବଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।