ବିବାହରୁ ଫେରିବାବେଳେ ଗଛକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୧୫ ଆହତ

ବାଲେଶ୍ଵର: ବିବାହରୁ ଫେରିବା ବେଳେ ଘଟିଲା ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । 

ସୂଚନା ଅନୁଯାୟୀ, ଭୁବନେଶ୍ୱର ଡୁଡୁମ୍ବା ଅଞ୍ଚଳରୁ କିଛି ଲୋକ କଲିକତାକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ସେଠାରୁ ଡୁଡୁମ୍ବାକୁ ଏକ ଟ୍ରାଭେଲର ଯୋଗେ ଫେରୁଥିବା ସମୟରେ ମାଟିଆପଡ଼ା ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାଖରେ ଥିବା ଗଛକୁ ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଛୋଟ ପିଲାଙ୍କ ସମେତ ୧୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ସିମୁଳିଆ ମେଡିକାଲରୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଡ୍ରାଇଭରକୁ ନିଦ ଆସିଯାଇଥିବାରୁ ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସି ପଡ଼ିଥିଲା ବୋଲି ଯାତ୍ରୀ ମାନେ ସୂଚନା ଦେଇଛନ୍ତି । 

About The Author: Madhusudan Das