ସାଙ୍ଗ ମୃତ୍ୟୁ ଖବର ଶୁଣି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲା ସାଙ୍ଗ

ଜଳେଶ୍ୱର/ପଶ୍ଚିମବାଡ଼: ପ୍ରେମ ବ୍ୟାପାରକୁ ନେଇ ଚମାରଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଚମାରଗାଁ ଗ୍ରାମରେ ଏକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଏହି ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଜଣେ ଘନିଷ୍ଠ ସାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବିବରଣୀରୁ ପ୍ରକାଶ ଯେ ଚମାରଗାଁ ଗ୍ରାମର ଜ୍ୟୋତିର୍ମୟ ଭୂୟାଁ ନାମକ ଜଣେ […]

ଜଳେଶ୍ୱର/ପଶ୍ଚିମବାଡ଼: ପ୍ରେମ ବ୍ୟାପାରକୁ ନେଇ ଚମାରଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଚମାରଗାଁ ଗ୍ରାମରେ ଏକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଏହି ଯୁବକଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କର ଜଣେ ଘନିଷ୍ଠ ସାଙ୍ଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ ଚମାରଗାଁ ଗ୍ରାମର ଜ୍ୟୋତିର୍ମୟ ଭୂୟାଁ ନାମକ ଜଣେ ଯୁବକ ସେହି ଗାଁର ଜଣଙ୍କୁ ପ୍ରେମ କରୁଥିଲେ। ଗତ ୧୩ ତାରିଖରେ ଏହି ପ୍ରେମ ଘଟଣାକୁ କେନ୍ଦ୍ର କରି ଜ୍ୟୋତିର୍ମୟଙ୍କୁ ଗାଁ କିଛି ବ୍ୟକ୍ତି ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଡ଼ାକି ନେଇ ମାଡ଼ ମାରିବା ସହ ଧମକଚମକ ଦେଇଥିଲେ। ଏହାପରେ ଜ୍ୟୋତିର୍ମୟ ଘରକୁ ଫେରିବା ପରେ ଭିତରପଟୁ କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ। କଟକ ବଡ ମେଡିକାଲରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଜ୍ୟୋତିର୍ମୟଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ତାଙ୍କର ଘନିଷ୍ଠ ସାଙ୍ଗ ଜ୍ୟୋତିର୍ମୟ ଜେନା ଘରୁ କୁଆଡେ ପଳାଇଥିଲେ। ପରିବାର ଲୋକେ ଏଣେତେଣେ ଖୋଜାଖୋଜି କରିବା ପରେ ଭିଡିଓ କଲ ଆଧାରରେ ତାଙ୍କୁ ରାସଗୋବିନ୍ଦପୁର ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଏକ ବୋତଲରେ ବିଷ ଥିବାରୁ ସେ ମଧ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଥିଲା। ତାଙ୍କୁ ପ୍ରଥମେ ଜଳେଶ୍ୱର ଓ ସେଠାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସା ଚାଲିଛି। ସେହିପରି ମୃତ ଜ୍ୟୋତିର୍ମୟଙ୍କ ପିତା ରାଇବଣିଆ ଥାନାରେ ତାଙ୍କ ମୃତ୍ୟୁ ପାଇଁ ଗାଁର କିଛି ଲୋକଙ୍କୁ ଦାୟୀ କରି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

 

About The Author: The Sakala