ପିଇଓଙ୍କ କ୍ୱାଟରରେ ଫାଇଲ୍‍ ଖାଉଛି ଉଇ

ରରୁଆଁ: ରରୁଆଁ ବ୍ଲକ କଲୋନୀର ପାର୍କକୁ ଲାଗି ଜନୈକ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ସରକାରୀ କ୍ୱାଟରରେ କେତେକ ଗୁରୁତ୍ୱ ଫାଇଲ୍‍ ବା ନଥିପତ୍ରଗୁଡ଼ିକରେ ଉଇ ଲାଗି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଫାଇଲଗୁଡ଼ିକ ବାସ୍ତବରେ କେଉଁ ପଞ୍ଚାୟତ କିମ୍ବା କେଉଁ ବିଭାଗର ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ସାଧାରଣତଃ କେତେକ ପିଇଓମାନେ କ୍ୱାଟରରେ ରହି ଅଫିସ୍‍ କାର୍ଯ୍ୟ ତୁଲାଉଛନ୍ତି। ବିଡ଼ିଓ, ଜିପିଇଓ ବାରମ୍ବାର ବିଭିନ୍ନ କାମରେ ଡାକୁଛନ୍ତି, ତେଣୁ ପଞ୍ଚାୟତରେ ରହି ଅଫିସ୍‍ […]

ରରୁଆଁ: ରରୁଆଁ ବ୍ଲକ କଲୋନୀର ପାର୍କକୁ ଲାଗି ଜନୈକ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କ ସରକାରୀ କ୍ୱାଟରରେ କେତେକ ଗୁରୁତ୍ୱ ଫାଇଲ୍‍ ବା ନଥିପତ୍ରଗୁଡ଼ିକରେ ଉଇ ଲାଗି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଫାଇଲଗୁଡ଼ିକ ବାସ୍ତବରେ କେଉଁ ପଞ୍ଚାୟତ କିମ୍ବା କେଉଁ ବିଭାଗର ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ସାଧାରଣତଃ କେତେକ ପିଇଓମାନେ କ୍ୱାଟରରେ ରହି ଅଫିସ୍‍ କାର୍ଯ୍ୟ ତୁଲାଉଛନ୍ତି। ବିଡ଼ିଓ, ଜିପିଇଓ ବାରମ୍ବାର ବିଭିନ୍ନ କାମରେ ଡାକୁଛନ୍ତି, ତେଣୁ ପଞ୍ଚାୟତରେ ରହି ଅଫିସ୍‍ କାର୍ଯ୍ୟ କରିବା ସମ୍ଭବପର ନୁହେଁ। ଏମିତିକି କେତେକ ପିଇଓ ସୋମବାର ଦିନ କାର୍ଯ୍ୟ ଦିବସ ଥିଲେ ସୁଦ୍ଧା ଛୁଟିରେ ରହୁଥିବା ବେଳେ ଆଉ କେତେନ ସନ୍ଧ୍ୟାବେଳେ ଉପରି ଓଳିରେ ବ୍ଲକ ପହଁଞ୍ଚୁଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଓ ବିଡ଼ିଓ ସେମାନଙ୍କର ସୁବିଧା, ଅସୁବିଧା ବିଷୟରେ ଭଲ ଭାବେ ଜାଣନ୍ତି ବୋଲି ବୋଲି ଓଲଟି କୁହଁନ୍ତି। ଦାୟିତ୍ୱହୀନତା ନା ଆଉ କେଉଁ କାରଣରୁ ଜନୈକ ପିଇଓଙ୍କ କ୍ୱାଟରରେ ଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକରେ ଉଇ ଲାଗି ନଷ୍ଟ ହେଉଛି। ଏଥିପାଇଁ ବ୍ଲକ ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

 

About The Author: The Sakala