ପୁଣି ମାତିଲେ ବ୍ରାଉନସୁଗର ବେପାରୀ: ଜବତ ହେଲା ୮୦ଲକ୍ଷ ଟଙ୍କାର ବ୍ରାଉନସୁଗର, ୩ ବେପାରୀ ଗିରଫ

ଜଳେଶ୍ୱର:  ଆସୁଥିବା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ପୁଣି ମାତିଲେ ବ୍ରାଉନସୁଗର ବେପାରୀ। ଦୀର୍ଘ କିଛିମାସ ବ୍ୟବଧାନ ପରେ ପୁଣି ଧରା ହେଲା ବ୍ରାଉନସୁଗର ସହ ତିନି ବେପାରୀ। କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ-୨, ଜଳେଶ୍ୱର ଅବକାରୀ ବିଭାଗ ଓ ବସ୍ତା ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଏନ ଏଚ-୬୦ର ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ୭୯୩ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି […]

ଜଳେଶ୍ୱର:  ଆସୁଥିବା ଦୁର୍ଗାପୂଜାକୁ ଲକ୍ଷ୍ୟ କରି ପୁଣି ମାତିଲେ ବ୍ରାଉନସୁଗର ବେପାରୀ। ଦୀର୍ଘ କିଛିମାସ ବ୍ୟବଧାନ ପରେ ପୁଣି ଧରା ହେଲା ବ୍ରାଉନସୁଗର ସହ ତିନି ବେପାରୀ। କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ-୨, ଜଳେଶ୍ୱର ଅବକାରୀ ବିଭାଗ ଓ ବସ୍ତା ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଏନ ଏଚ-୬୦ର ବିଭିନ୍ନ ସ୍ଥାନରୁ ଚଢ଼ାଉ କରି ୭୯୩ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାଇ, ଆଜି କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ୟୁନିଟ-୨ ବିଶେଷ ସୂତ୍ରରୁ ଖବର ପାଇ ଜଳେଶ୍ୱର ଏନ ଏଚ-୬୦ର ନନ୍ଦିକା, ଜମାଳପୁର ଓ ରାଜଘାଟ ତିନିଟି ସ୍ଥାନରେ ଗୁପ୍ତ ଭାବରେ ଜଗିକି ରହିଥିଲେ। ସେମାନେ ଆସିବା କ୍ଷଣି ତିନିଟି ସ୍ଥାନରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ବେଳେ ସେମାନଙ୍କ ଠାରୁ ୭୯୩ ଗ୍ରାମର ବ୍ରାଉସୁଗାର ଜବତ ହୋଇଛି। ଜଳେଶ୍ୱର ଶାସନବାଡ଼ ଅଞ୍ଚଳରୁ ବିଭିନ୍ନ ସସ୍ଥାନକୁ ଯାଉଥିଲା ବୋଲି ବିଶେଷ ସୂତ୍ରରୁ ଜଣା ପଡ଼ିଛି। ଗିରଫ ମଧ୍ୟରୁ ଦୁଇ ଜଣ ସିଂଲା ଥାନା ମୁଗପାଳ ଗ୍ରାମର  ପରେଶ ଦାସ (୩୪)ଓ ଦେଭୋଗ ଗ୍ରାମର ଶେକ ଶେକାରୁଦ୍ଦିନ (୩୩)  ଏବଂ ଅନ୍ୟ ଜଣେ ଜଳେଶ୍ବର ଥାନା ଶାସନବାଡ଼ ଗାଁର ଶେକ ମୁସ୍ତାଫା (୨୪)। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

About The Author: The Sakala