ସ୍କୁଟିକୁ ଧକ୍କା ଦେଲା ସ୍କର୍ପିଓ: ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡିରୁ ବାହାରିଲା ପୁଳାପୁଳା ଗଞ୍ଜେଇ

ବଲାଙ୍ଗିର/ଲୋଇସିଂହା: ସ୍କୁଟି କୁ ଧକ୍କା ଦେଲା ସ୍କର୍ପିଓ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରୁ ବାହାରିଲା ବସ୍ତାବସ୍ତା ଗଞ୍ଜେଇ। ଗଞ୍ଜେଇ ଭର୍ତ୍ତି ଗାଡି ଦେଖି ଉଭୟ ପୁଲିସ ଓ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉକ୍ତ ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ତିନି ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ସମୟରେ ଲୋଇସିଂହା ଥାନାରୁ […]

ବଲାଙ୍ଗିର/ଲୋଇସିଂହା: ସ୍କୁଟି କୁ ଧକ୍କା ଦେଲା ସ୍କର୍ପିଓ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରୁ ବାହାରିଲା ବସ୍ତାବସ୍ତା ଗଞ୍ଜେଇ। ଗଞ୍ଜେଇ ଭର୍ତ୍ତି ଗାଡି ଦେଖି ଉଭୟ ପୁଲିସ ଓ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉକ୍ତ ଗାଡିରେ ଗଞ୍ଜେଇ ଚାଲାଣ କରୁଥିବା ତିନି ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ସମୟରେ ଲୋଇସିଂହା ଥାନାରୁ ମାତ୍ର କିଛି ମିଟର ଦୂରତାରେ ଏକ ସ୍କର୍ପିଓ ନଂ (ଓଡି ୧୪ ଏ ୫୦୫୨) ଏକ ସ୍କୁଟି କୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ସ୍କୁଟିରେ ଥିବା ତିନି ଜଣ ଯୁବକ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ସ୍ଥାନୀୟ ଲୋକେ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ଲୋଇସିଂହା ପୁଲିସ ପହଞ୍ଚି ଉକ୍ତ ଗାଡିକୁ ଜବତ କରିଥିଲା । ଘଟଣାସ୍ଥଳରେ ଭିଡ ଜମିବାରୁ ଗାଡିରେ ଥିବା ଡ୍ରାଇଭର ଓ ଦୁଇ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲା। ଫଳରେ ଗାଡିରେ ଥିବା ବସ୍ତାରେ କିଛି ବେଆଇନ ସାମଗ୍ରୀ ରହିଥିବା ସନ୍ଦେହ କରାଯାଇଥିଲା । ଜବତ କରି ଗାଡିକୁ ଥାନାକୁ ନେବା ପରେ ଛାନଭିନ କରିବା ପରେ ଉକ୍ତ ଗାଡିରେ ବହୁ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।  ତେବେ କେତେ ପରିମାଣର ଗଞ୍ଜେଇ ରହିଛି, ଗାଡିରେ ଥିବା ବ୍ୟାଗରେ କଣ ରହିଛି ତାହା ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପ୍ରାଥମିକ ତଦନ୍ତରୁ ଉକ୍ତ ବସ୍ତାରେ ଗଞ୍ଜେଇ ଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ଜଣାପଡିଛି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଜଣେ ପ୍ରଶାସନିକ ଅଧିକାରୀ ଆସିବା ପରେ ଗଞ୍ଜେଇ ବସ୍ତା ଖୋଲି ଗଞ୍ଜେଇ ମାପ କରାଯାଇ ସିଲ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଅନ୍ୟପକ୍ଷରେ ସ୍କୁଟିରେ ଥିବା ଯୁବକ ମାନେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

About The Author: The Sakala