ସ୍ତ୍ରୀର ତଣ୍ଟି ଚିପି ମାରିଦେଲା ସ୍ବାମୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସଁସା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସୁଦାମ ସାହୁଙ୍କ ସ୍ତ୍ରୀ ଦଶମୀ ସାହୁ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଶମୀଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ସୁଦାମ ଓ ଦଶମୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । […]

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସଁସା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସୁଦାମ ସାହୁଙ୍କ ସ୍ତ୍ରୀ ଦଶମୀ ସାହୁ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଦଶମୀଙ୍କ ଗଳା ଚିପି ହତ୍ୟା କରାଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ସୁଦାମ ଓ ଦଶମୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ସୁଦାମ ଉତ୍ତ୍ୟକ୍ତ ହୋଇ ଦଶମୀର ତଣ୍ଟି ଚିପି ହତ୍ୟା କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ତ୍ୟାକାଣ୍ଡ ପରେ ସୁଦାମଙ୍କ ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି । ଏହି ହତ୍ୟା ମାମଲାରେ ପରିବାର ଲୋକଙ୍କର ସମ୍ପୃକ୍ତି ଥିବା ନେଇ ମଧ୍ୟ ପୁଲିସ ସନ୍ଦେହ କରୁଛି । ଅଭିଯୋଗ ପରେ ଲୋଇସିଂହା ଥାନା ଅଧିକାରୀଙ୍କ ନେତୃତ୍ୱରେ ଆଗଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About The Author: The Sakala