ବିଜେପି ରାଜ୍ୟ ସଭାପତିଙ୍କ ବଲାଙ୍ଗୀର ଗସ୍ତ ବେଳେ ମହାଭାରତ : ବିଚ୍‌ ରାସ୍ତାରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି

ବଲାଙ୍ଗୀର: ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ଉଗ୍ର ରୂପ ଧାରଣ କରୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି-ବିଜେପି ଗୋଷ୍ଠୀ ମଧ୍ୟ ବିବାଦ ଦେଖାଦେଉଛି। ଆଉ ଆଜି ଖୋଦ୍‌ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସାମ୍ନାରେ ବି ମୁହାଁମୁହିଁ ହୋଇଛନ୍ତି ବିଜେପିର ଦୁଇ ଗୋଷ୍ଠୀ। କେବଳ ମୁହାଁମୁହିଁ ହୋଇନାହାନ୍ତି ହାତାହାତି ଏପରିକି ବିଚ୍‌ ରାସ୍ତା ଉପରେ ମୁଥ ମରାମରି ମଧ୍ୟ ହୋଇଛନ୍ତି। ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇଥିଲେ। […]

ବଲାଙ୍ଗୀର: ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ଉଗ୍ର ରୂପ ଧାରଣ କରୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି-ବିଜେପି ଗୋଷ୍ଠୀ ମଧ୍ୟ ବିବାଦ ଦେଖାଦେଉଛି। ଆଉ ଆଜି ଖୋଦ୍‌ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସାମ୍ନାରେ ବି ମୁହାଁମୁହିଁ ହୋଇଛନ୍ତି ବିଜେପିର ଦୁଇ ଗୋଷ୍ଠୀ। କେବଳ ମୁହାଁମୁହିଁ ହୋଇନାହାନ୍ତି ହାତାହାତି ଏପରିକି ବିଚ୍‌ ରାସ୍ତା ଉପରେ ମୁଥ ମରାମରି ମଧ୍ୟ ହୋଇଛନ୍ତି।

ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇଥିଲେ। ସେଠାରେ ରାଜ୍ୟ ସଭାପତି ଏକ ରାଲିରେ ଯାଉଥିବା ବେଳେ ଆରମ୍ଭ ହୋଇଥିଲା ମହାଭାରତ। ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ହାତାହାତି । ବଳରାମ ସିଂ ଯାଦବ ଓ ସାଂସଦ ସଙ୍ଗୀତା ସିଂହଦେଓ ଗୋଷ୍ଠୀ ମଧ୍ୟରେ ବିଚ ରାସ୍ତାରେ ମୁଥ ମରାମରି ହୋଇଛନ୍ତି । ରାଜ୍ୟ ସଭାପତି ବଲାଙ୍ଗୀର ଆରଟିଓ ଛକ ଠାରେ ପହଁଞ୍ଚିବା ପରେ ସଙ୍ଗୀତା ସିଂ ଦେଓ ଓ ବିଜେପି ରାଜ୍ୟ ସଭାପତି ଥିବା ଗାଡି ଉପରକୁ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଚଢିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଜେପିର ଗୋପାଜୀ ପାଣିଗ୍ରାହୀ ଅନନ୍ତଙ୍କୁ ଧକ୍କା ମାରି ତଳକୁ ଠେଲି ଦେଇଥିଲେ । ଅନନ୍ତଙ୍କ ସମର୍ଥକ ମାନେ ଗୋପାଳଜୀଙ୍କୁ ଗାଡିରୁ ତଳକୁ ଭିଡ଼ି ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ସଙ୍ଗୀତା ସିଂଦେଓ ଓ ଅନନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଅନ୍ୟପଟେ ବିଜେପି ରାଜ୍ୟ ସଭାପତିଙ୍କ ଗସ୍ତରେ ବିଜେପିର ଦୁଇ ଗୋଷ୍ଠୀ ମାଡପିଟ ଘଟଣାରେ ବିଜେପି ନେତା ବଳରାମ ସିଂ ଯାଦବଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଛନ୍ତି ବିଜେପି ନେତା ଗୋପଳଜୀ ପାଣିଗ୍ରାହୀ । ବଳରାମ ସିଂ ଯାଦବ ଓ ତାଙ୍କ ଗୋଷ୍ଠୀ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ବିଜେପି ନେତା ଗୋପଳଜୀ ପାଣିଗ୍ରାହୀ।

About The Author: The Sakala