ଦେଶର ଆର୍ଥିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କରିବା ଜରୁରୀ : ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଦେଶ ପ୍ରଗତିର ଭିତ୍ତି ହେଉଛି ସମନ୍ୱୟଧର୍ମୀ ସଂଘୀୟ ବ୍ୟବସ୍ଥା। ଏଣୁ ଦେଶର ଆର୍ଥିକ ବିକାଶ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ କହିଛନ୍ତି। କରୋନା ଲଢ଼େଇରେ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାମ କରିଥିଲେ । ସେଥିପାଇଁ ମହାମାରୀ ମୁକାବିଲାରେ ଭାରତକୁ ସଫଳତା ମିଳିଛି । ମିଳିତ ଲଢେଇ […]

ନୂଆଦିଲ୍ଲୀ : ଦେଶ ପ୍ରଗତିର ଭିତ୍ତି ହେଉଛି ସମନ୍ୱୟଧର୍ମୀ ସଂଘୀୟ ବ୍ୟବସ୍ଥା। ଏଣୁ ଦେଶର ଆର୍ଥିକ ବିକାଶ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ କହିଛନ୍ତି। କରୋନା ଲଢ଼େଇରେ କେନ୍ଦ୍ର ଓ ରାଜ୍ୟ ସରକାର ଏକାଠି କାମ କରିଥିଲେ । ସେଥିପାଇଁ ମହାମାରୀ ମୁକାବିଲାରେ ଭାରତକୁ ସଫଳତା ମିଳିଛି । ମିଳିତ ଲଢେଇ ଯୋଗୁ କରୋନା ମୁକାବିଲାରେ ସାରା ବିଶ୍ୱରୁ ଭାରତକୁ ମିଳିଛି ପ୍ରଶଂସା । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଭାଗିଦାରୀ ଓ ସହଯୋଗ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ । ଦେଶ ବିକାଶ ପାଇଁ ଆଉ ଅପେକ୍ଷା କରି ହେବ ନାହିଁ । ମିଳିତ ଭାବରେ କାମ କଲେ ସଫଳତା ମିଳିବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ବିଶ୍ବରର ସମସ୍ତ ବଡ ବଡ ସଂସ୍ଥା ମାନଙ୍କରେ ଭାରତୀୟମାନେ କାର୍ଯ୍ୟ କରୁଛନ୍ତି। ଭାରତୀୟ ଯୁବପିଢିଙ୍କ ପାଖରେ ପ୍ରତିଭାର ଅଭାବ ନାହିଁ। ପ୍ରତିଭା ଭାରତର କିନ୍ତୁ ଉତ୍ପାଦ ଭାରତର ନୁହେଁ।  ବିଶ୍ବର ସବୁଠୁ ଅଧିକ ପ୍ରତିଭାବାନ ହେଉଛନ୍ତି ଭାରତୀୟ। ଯଦି ପୂର୍ବରୁ ଭାରତୀୟମାନଙ୍କୁ  ଏଭଳି ସୁଯୋଗ ମିଳିପାରିଥାନ୍ତା ତେବେ ଗୁଗୁଲ ଭାରତରେ ତିଆରି ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଭାରତ ଭଳି ଏକ ତରୁଣ ଦେଶର ଆଶା-ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆମକୁ ଆଧୁନିକ ଭିତ୍ତିଭୂମୀ ଗଠନ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଉଦଭାବନକୁ ପ୍ରୋତ୍ସାହନ ଦେବା ସହ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ କରି ଶିକ୍ଷା ଓ କୌଶଳ ବିକାଶ ଦିଗରେ ଉତ୍ତମ ସୁଯୋଗ ସୃଷ୍ଟି କରାଯିବା ଉଚିତ । ଆମର ବ୍ୟବସାୟ, ଏମଏସଏମଇ ଏବଂ ଷ୍ଟାର୍ଟଅପକୁ ଅଧିକ ମଜଭୁତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଦେଶର ଶହେଟି ଜିଲ୍ଲା ସେମାନଙ୍କ ଶ୍ରେଷ୍ଠ ସାମଗ୍ରୀ ବାଛି ସେଗୁଡିକୁ ବଜାରକୁ ଛାଡିବା ଫଳରେ ରାଜ୍ୟମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ବୃଦ୍ଧି ପାଇଛି । ଏହାକୁ ବ୍ଳକସ୍ତରକୁ ନେଇ ରାଜ୍ୟ ସଂପଦର ପୂର୍ଣ୍ଣ ବିନିଯୋଗ କରି ଅନ୍ୟ ରାଜ୍ୟକୁ ରପ୍ତାନୀ ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ର-ରାଜ୍ୟ ମଧ୍ୟରେ ଉନ୍ନତ ସମନ୍ୱୟ ଓ ନୀତିଗତ ଢ଼ାଞ୍ଚା ଉପରେ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଦେଶର ଗରିବ ଶ୍ରେଣୀର ଲୋକଙ୍କ ଜୀବନଧାରାରେ ପରବର୍ତ୍ତନ ଆସୁଛି । ଦେଶରେ ପୁଞ୍ଜି ନିବେଶ ଦିଗରେ ପ୍ରୟାସକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଜ୍ ଅଫ ଡୁଇଂ ବିଜନେସକୁ ଅଧିକ କ୍ରିୟାଶୀଳ କରିବାକୁ ହେବ । ପ୍ରତ୍ୟେକ ଗରିବ ବ୍ୟକ୍ତିକୁ ପକ୍କା ଘର ଖଣ୍ଡେ ଦେବା ପାଇଁ ଅଭିଯାନ ଏବେ ଚାଲୁ ରହିଛି । ୨୦୧୪ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସହର ଓ ଗ୍ରାମାଞ୍ଚଳରେ ୨ କୋଟି ୪୦ ଲକ୍ଷରୁ ଅଧିକ ଘର ତିଆରି ସମ୍ପୂର୍ଣ୍ଣ ହୋଇଛି । ଜଳ ଜୀବନ ମିଶନ କାର୍ଯ୍ୟକାରୀ ହେବାଠାରୁ ୧୮ମାସ ମଧ୍ୟରେ ସାଢ଼େ ତିନି ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ଇଣ୍ଟରନେଟ ସଂଯୋଗ ପାଇଁ ଭାରତ ନେଟ ଯୋଜନା ପରିବର୍ତ୍ତନର ଏକ ବଡ ମାଧ୍ୟମ ହୋଇଛି । ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିବେ କାର୍ଯ୍ୟ ଅଧିକ ଗତିଶୀଳ ହେବା ସହ ଯୋଜନାର ସୁଫଳ ସର୍ବଶେଷ ହିତାଧିକାରୀ ପାଖରେ ସହଜରେ ପହଞ୍ଚିପାରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ଅନ୍ୟାନ୍ୟ ସେବା ଯୋଗାଣକାରୀ ବା ଓଏସପି ନିୟନ୍ତ୍ରଣରେ ସଂସ୍କାର ଅଣାଯିବା ଯୋଗୁ ଆମର ଯୁବଗୋଷ୍ଠକୁ ଯେ କୌଣସି ସ୍ଥାନରୁ କାମ କରିବାର ସୁଯୋଗ ମିଳିଛି ଓ ଆମର ପ୍ରଯୁକ୍ତି କ୍ଷେତ୍ର ଏହା ଦ୍ୱାରା ସର୍ବାଧିକ ସୁବିଧା ପାଇଛନ୍ତି । ଏଥିରେ ଥିବା ଅନେକ କଟକଣାକୁ ହଟାଇ ଦିଆଯାଇଛି । ଭୂସ୍ଥାନିକ ତଥ୍ୟାବଳୀକୁ ନିକଟରେ କୋହଳ କରିଯାଇଛି । ଏହା ଆମର ଷ୍ଟାର୍ଟଅପ ଓ ବୈଷୟିକ କ୍ଷେତ୍ରକୁ ସାହାଯ୍ୟ କରିବା ସହ ଜନସାଧାରଣଙ୍କ ଜୀବନଧାରଣ ସୁଗମତାରେ ମଧ୍ୟ ବିକାଶ ଘଟାଇଥିବା ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର