ସତ ଲେଖିବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲରଙ୍କ ଅଡିଓ

ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର । ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ ସକାଳ ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍। ଖବରକାଗଜରେ ଖବର ପ୍ରକାଶନ […]

ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର । ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ ସକାଳ ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍। ଖବରକାଗଜରେ ଖବର ପ୍ରକାଶନ ପରେ ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଦାବି ହୋଇଥିଲା ।

ଏହାକୁ ନେଇ ଅଗ୍ନିଶର୍ମା ହୋଇଥିଲେ ଜେଲର ବିକାଶଲତା ବାରୁ। ଆଉ ବଦଲା ନେବା ପାଇଁ କରିଥିଲେ ପ୍ଲାନ୍। ବାରୁ ମ୍ୟାଡାମଙ୍କ ଘନିଷ୍ଠ ୱେବ ପୋର୍ଟାଲ ସାମ୍ବାଦିକ ପ୍ରମୋଦ ବେହେରାଙ୍କୁ ସକାଳ ପ୍ରତିନିଧିଙ୍କୁ ହତ୍ୟା କରିବାକୁ କହିଛନ୍ତି । ଭାଇରାଲ୍ ଅଡିଓରେ ଜୀବିତ ନଚେତ ମୃତ ସାମ୍ବାଦିକର ମୁଣ୍ଡ ଦରକାର ବୋଲି କହୁଛନ୍ତି । ପୂର୍ବରୁ ମଧ୍ୟ ଜେଲର ବିକାଶଲତା ବାରୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି । ମମିତା ମେହେରଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଭାଇାରାଲ୍ ଅଡିଓରେ ଜେଲର ଓ ୱାବପୋର୍ଟାଲ ସାମ୍ବାଦିକଙ୍କ ନିବିଡ଼ତା ବି ସ୍ପଷ୍ଟ ବାରି ହେଉଛନ୍ତି ।  ସାମ୍ବାଦିକଙ୍କୁ ହତ୍ୟା ପାଇଁ କେମିତି ଷଡ଼ଯନ୍ତ୍ର କରିଥିଲେ କଣ୍ଟାବାଞ୍ଜି ଉପକାରାଗାର ଜେଲର ବିକାଶଲତା ବାରୁ ଉକ୍ତ ଅଡିଓଟି ଏବା ଭାଇରାଲ ହେବାରେ ଲାଗିଛି । ଭାଇରା ଅଡିଓର ସେ କହିଛନ୍ତି ଯେ, ଜୀବିତ ହେଉ କି ମୃତ ମୁଣ୍ଡ ଦରକାର । ଇଏ ହେଉଛି ଜଣେ ଜେଲରଙ୍କ ମୁହଁର ଭାଷା। ଆଉ ଯାହା ପାଇଁ ବାରୁ ମ୍ୟାଡାମ୍ ଏକଥା କହୁଛନ୍ତି, ତାଙ୍କର ଏକ ମାତ୍ର ଭୁଲ୍, ସତ ଦେଖାଇବା ।

ତେବେ ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନାଲିଆଖି କାହିଁକି? ସମାଜ ଓ ଶାସନ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ ଭାବେ ସତ ଦେଖାଇବା କଣ ଭୁଲ୍ ? ସତ ସାମନାକୁ ଆଣିବାକୁ କଣ ସାମ୍ବାଦିକଙ୍କୁ ଜୀବନ ଦେବାକୁ ପଡ଼ିବ? ଆଇନଶୃଙ୍ଖଳା ଜଗୁଥିବା ପୋଲିସ ଅଧିକାରୀ ଯଦି ଏଭଳି ସଂଗୀନ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବେ, ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବ କିଏ?

About The Author: The Sakala