ଲାଇଭ୍ ମର୍ଡର: ପ୍ରଥମେ ଯୁବକଙ୍କର ତଣ୍ଟି କାଟିଲେ, ତାପରେ ନିଆଁ ଲଗାଇ ଭିଡିଓ କଲେ

ବଲାଙ୍ଗୀର: ତଣ୍ଟି କାଟିଲା, ପେଟ୍ରୋଲ ଢାଳି ଜାଳିଦେଲା। ଆଉ ତାପରେ ମୋବାଇଲରେ ସୁଟ କରି ଦେଖାଇଲା ଲାଇଭ ଭିଡିଓ। ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡ଼ା ମୃତଦେହ ମିଳିବା ମାମଲାର ପର୍ଦ୍ଦଫାସ ହୋଇଥିବା ବେଳେ, ଏବେ ଏହି ହତ୍ୟାକାଣ୍ଡର ଛାତି ଥରା ଦୃଶ୍ଯର ଲାଇଭ ଭିଡିଓ ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଭିଡିଓରେ ରକ୍ତଲଗା ଛୁରୀ ଓ ଜଳୁଥିବା ମରଶରୀର ଦେଖାଇଛି ଅଭିଯୁକ୍ତ ଅମିତ। ଓଡ଼ିଆ ଓ ହିନ୍ଦୀ […]

ବଲାଙ୍ଗୀର: ତଣ୍ଟି କାଟିଲା, ପେଟ୍ରୋଲ ଢାଳି ଜାଳିଦେଲା। ଆଉ ତାପରେ ମୋବାଇଲରେ ସୁଟ କରି ଦେଖାଇଲା ଲାଇଭ ଭିଡିଓ। ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡ଼ା ମୃତଦେହ ମିଳିବା ମାମଲାର ପର୍ଦ୍ଦଫାସ ହୋଇଥିବା ବେଳେ, ଏବେ ଏହି ହତ୍ୟାକାଣ୍ଡର ଛାତି ଥରା ଦୃଶ୍ଯର ଲାଇଭ ଭିଡିଓ ବୈଦ୍ଯୁତିକ ଗଣମାଧ୍ଯମ ନନ୍ଦିଘୋଷ ଟିଭି ହାତରେ ଲାଗିଛି । ଭିଡିଓରେ ରକ୍ତଲଗା ଛୁରୀ ଓ ଜଳୁଥିବା ମରଶରୀର ଦେଖାଇଛି ଅଭିଯୁକ୍ତ ଅମିତ। ଓଡ଼ିଆ ଓ ହିନ୍ଦୀ ମିଶାମିଶି ଭାଷାରେ ଅନ୍ୟ ଜଣଙ୍କୁ ଧମକ ବି ଦେଉଛି। ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ମୃତ ବିଶ୍ଵଦେବଙ୍କୁ ହତ୍ୟା କରିଥିଲା ବନ୍ଧୁ ଅମିତ ମନହୀର। ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ।

ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଲାଗି ରହିଥିଲା ବିବାଦ। ପରେ ଟର୍ଣ୍ଣିଂ ପଏଣ୍ଟ ଥିଲା ଅମିତର ଭଉଣୀ ଫେରାର ହେବା। ଏଥିରେ ବିଶ୍ୱଦେବର ହାତ ଥିବା ସନ୍ଦେହ କରି ପ୍ରତିଷୋଧ ଲକ୍ଷ୍ୟରେ ଥିଲା ଅମିତ୍। ପରେ ଘରୁ ଡାକି ନେଇ ଗଞ୍ଜେଇ ପିଆଇ ନିଶାସକ୍ତ ଅବସ୍ଥାରେ ବିଶ୍ୱଦେବର ତଣ୍ଟି କାଟି ହତ୍ୟା କରିଥିଲେ ଅଭିଯୁକ୍ତ ଅମିତ ଓ ଶୁଭମ। ମାମଲାରେ ଉଭୟଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ସ୍କୁଟି, ରକ୍ତଲଗା ଛୁରୀ ଜବତ କରିଛି ପୁଲିସ।

 

About The Author: The Sakala