ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅର୍ନ୍ତଗତ କୁଶଙ୍ଗ ଗାଁରେ ଜଣେ ମହିଲାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଦାର ହୋଇଛି। ମୃତକ ଜଣକ ହେଲେ କୁଶଙ୍ଗ ଗାଁର ରଜନୀ ସାହୁ(୨୬)। ତେବେ ରଜନୀଙ୍କ ପରିବାର ବର୍ଗ ଏହାକୁ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଲୋଇସିଂହା ଥାନା ଅର୍ନ୍ତଗତ ବାଞ୍ଜୀପାଲି ଗାଁର ରଜନୀ ସାହୁ ୩ ବର୍ଷ ପୂର୍ବେ କୁଶଙ୍ଗର ଭିଷ୍ମଦେବ ସହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ବର୍ଷର ଏକ ଝିଅ […]

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ଅର୍ନ୍ତଗତ କୁଶଙ୍ଗ ଗାଁରେ ଜଣେ ମହିଲାଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଦାର ହୋଇଛି। ମୃତକ ଜଣକ ହେଲେ କୁଶଙ୍ଗ ଗାଁର ରଜନୀ ସାହୁ(୨୬)। ତେବେ ରଜନୀଙ୍କ ପରିବାର ବର୍ଗ ଏହାକୁ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଲୋଇସିଂହା ଥାନା ଅର୍ନ୍ତଗତ ବାଞ୍ଜୀପାଲି ଗାଁର ରଜନୀ ସାହୁ ୩ ବର୍ଷ ପୂର୍ବେ କୁଶଙ୍ଗର ଭିଷ୍ମଦେବ ସହୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ବର୍ଷର ଏକ ଝିଅ ମଧ୍ୟ ଅଛି। ତେବେ ସୋମବାର ଅପରାହ୍ନରେ ହଠାତ ରଜନୀଙ୍କ ମୃତଦେହ ତାଙ୍କର ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ରଜନୀଙ୍କ ପରିବାର ଲୋକେ ଏହାକୁ ହତ୍ୟା ସନ୍ଦେହ କରି ସଦର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରଜନୀଙ୍କ ଶବ ଉଦ୍ଦାର କରିବା ସହ ବ୍ୟବଚ୍ଚେଦ ପାଇଁ ପଠାଇଥିବା ଜଣାପଡ଼ିଛି। ମହିଳାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

About The Author: The Sakala