ଇଭିଏମ୍‌ ଭଙ୍ଗାରୁଜା ଘଟଣା: ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ

ଖୋର୍ଦ୍ଧା: ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ନେଇ ଶୁଣାଣି ହୋଇଥିଲା। ସୂଚନା ଅନୁଯାୟୀ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା […]

ଖୋର୍ଦ୍ଧା: ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଖୋର୍ଦ୍ଧା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ଶୁକ୍ରବାର ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆଜି ଏଡିଜେ-୨ କୋର୍ଟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ନେଇ ଶୁଣାଣି ହୋଇଥିଲା।

ସୂଚନା ଅନୁଯାୟୀ, ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗତ ୨୫ ତାରିଖ ବୋଲଗଡ଼ର ଏକ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା।

About The Author: The Sakala