ଭୁବନେଶ୍ୱର: ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିଭିନ୍ନ ଛକରେ ଲଗାଯାଇଥିବା କିଓସ୍କ ମେସିନ୍ ରେ ୧୫ ମିନିଟ୍ ଅଶ୍ଳୀଳ ଭିଡିିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଲୋକେ ଏହି ମେସିନ୍କୁ ଟେକା ପକାଇ ଭାଙ୍ଗିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ହେଲେ କିଭଳି ଏହି ଅଶ୍ଳୀଳ ଭିଡିିଓ ଚାଲିଲା ତାହାକୁ ନେଇ ସହରବାସୀ ପ୍ରଶ୍ନ କରିଛନ୍ତି। ଗତ ରାତି ୯ଟା ରୁ ୯.୪୫ ପର୍ଯ୍ୟନ୍ତ ଏହି ଅଶ୍ଳୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ବିଭିନ୍ନ ଛକ ଦେଇ ମହିଳା, ଯୁବତୀ ଏବଂ ପରିବାର ଲୋକେ ଯାତାୟାତ କରୁଛନ୍ତି। ଏଭଳି ଭିଡିିଓ ପାଇଁ ସେମାନେ ଲଜ୍ଜିତ ହୋଇଛନ୍ତି। ରାଜଧାନୀକୁ ସ୍ମାର୍ଟ କରିବା ପାଇଁ ଏଭଳି କିଓସ୍କ ମେସିନ୍ ଲଗାଯାଇଛି। କିନ୍ତୁ ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଭିଡିିଓ ଚଲାଯିବା ଏକ ଅପରାଧ ବୋଲି ସହରବାସୀ କହିଛନ୍ତି। ଏହି କିଓସ୍କ ମେସିନ୍କୁ ସ୍ମାର୍ଟସିଟି ପକ୍ଷରୁ ନିୟନ୍ତ୍ରଣ କରାଯାଏ। ହେଲେ କିଭଳି ଏହା ଚାଲିଲା ତାହା ସ୍ମାର୍ଟସିଟିର କୌଣସି ଅଧିକାରୀ ସ୍ପଷ୍ଟ କରିନାହାନ୍ତି। ତେଣୁ ଏନେଇ ଏକ ତଦନ୍ତ ହେବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ୱର ରେଳ ଷ୍ଟେସନ୍ରେ ସର୍ବସାଧାରଣଙ୍କ ମନୋରଞ୍ଜନ ପାଇଁ ଲାଗିଥିବା ଏଲଇଡି ଟିଭିରେ ୧୫ ମିନିଟ୍ ପର୍ଯ୍ୟନ୍ତ ଅଶ୍ଳୀଳ ଭିଡିିଓ ଚାଲିଥିଲା। ଯେଉଁଥି ପାଇଁ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା।
ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା କିଓସ୍କରେ ଚାଲିଲା ଅଶ୍ଳୀଳ ଭିଡିଓ
ଭୁବନେଶ୍ୱର: ସ୍ମାର୍ଟସିଟି ପକ୍ଷରୁ ରାଜଧାନୀର ବିଭିନ୍ନ ଛକରେ ଲଗାଯାଇଥିବା କିଓସ୍କ ମେସିନ୍ ରେ ୧୫ ମିନିଟ୍ ଅଶ୍ଳୀଳ ଭିଡିିଓ ଚାଲିଥିବା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଲୋକେ ଏହି ମେସିନ୍କୁ ଟେକା ପକାଇ ଭାଙ୍ଗିବାକୁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ହେଲେ କିଭଳି ଏହି ଅଶ୍ଳୀଳ ଭିଡିିଓ ଚାଲିଲା ତାହାକୁ ନେଇ ସହରବାସୀ ପ୍ରଶ୍ନ କରିଛନ୍ତି। ଗତ ରାତି ୯ଟା ରୁ ୯.୪୫ ପର୍ଯ୍ୟନ୍ତ ଏହି ଅଶ୍ଳୀଳ […]