ଅଲୋଡ଼ା ହେଲା ଶିଶୁକନ୍ୟା ! ଗାଧୁଆତୁଠରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବନ୍ତଳା: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଭାଲିଆପାଳ ଗ୍ରାମରେ ଆଜିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳ ସମୟ ରେ ଭାଲିଆପାଳ ଗ୍ରାମର ଜଣେ ଯୁବକ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେଠାରେ ଏକ ଶିଶୁକନ୍ୟା ପଡିଥିବା ଦେଖି ଘରକୁ ନେଇଯାଇଥିଲେ। ଖବର ପାଇ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ଏ ସମ୍ପର୍କରେ ପ୍ରଥମେ ବନ୍ତଳା ଥାନାକୁ ଜଣାଇଥିଲେ। ତେବେ ଶିଶୁକନ୍ୟାଟି ଅସୁସ୍ଥ ଥିବାରୁ […]

ବନ୍ତଳା: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଭାଲିଆପାଳ ଗ୍ରାମରେ ଆଜିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଆଜି ସକାଳ ସମୟ ରେ ଭାଲିଆପାଳ ଗ୍ରାମର ଜଣେ ଯୁବକ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେଠାରେ ଏକ ଶିଶୁକନ୍ୟା ପଡିଥିବା ଦେଖି ଘରକୁ ନେଇଯାଇଥିଲେ। ଖବର ପାଇ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ସହ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ଏ ସମ୍ପର୍କରେ ପ୍ରଥମେ ବନ୍ତଳା ଥାନାକୁ ଜଣାଇଥିଲେ। ତେବେ ଶିଶୁକନ୍ୟାଟି ଅସୁସ୍ଥ ଥିବାରୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣଙ୍କ ଶିଶୁଟିକୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ।

ସେଠାରୁ ବନ୍ତଳା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି।ତେବେ କିଏ ଓ କାହିଁକି ନବଜାତ ଶିଶୁଟିକୁ ସେଠାରେ ପକାଇଥିଲା ତାହା ତଦନ୍ତ ପରିସର ଭୁକ୍ତ।ସରକାର ଭ୍ରୁଣ ହତ୍ୟା ରୋକିବା ପାଇଁ ଅନେକ କାର୍ୟ୍ୟକ୍ରମ କରିବା ସହ ସଚେତନତା ମଧ୍ୟ କରୁଛନ୍ତି କିନ୍ତୁ ଏଭଳି ଦୃଶ୍ୟ ଦେଖିବା ପରେ ଲୋକ ସଚେତନତାର ଅଭାବ ପରିଲିଖିତ ହେଉଛି।

About The Author: The Sakala