ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଆଠଗଡ଼: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷାର ଅବସରରେ ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରୀରେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଏହି ଗଜଭୋଗ ଓ ତରଣ ବିଶ୍ୱର କଲ୍ୟାଣ ପାଇଁ ମହାଦେବଙ୍କୁ ଅର୍ପଣ କରାଯାଇଛି । ଆଜି ବାବା ବଡ଼ସିଂହାର ସହ ରାଜେରାଜଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତୀ ପରେ ସମସ୍ତ ନୀତିକାନ୍ତି ହୋଇଥିଲା। ଏହାପରେ […]

ଆଠଗଡ଼: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷାର ଅବସରରେ ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରୀରେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଏହି ଗଜଭୋଗ ଓ ତରଣ ବିଶ୍ୱର କଲ୍ୟାଣ ପାଇଁ ମହାଦେବଙ୍କୁ ଅର୍ପଣ କରାଯାଇଛି । ଆଜି ବାବା ବଡ଼ସିଂହାର ସହ ରାଜେରାଜଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତୀ ପରେ ସମସ୍ତ ନୀତିକାନ୍ତି ହୋଇଥିଲା। ଏହାପରେ ବାବାଙ୍କୁ ବଡ଼ସିଂହାର ବେଶରେ ସୁସଜ୍ଜିତ କରାଯାଇ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା। ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯାଉଛି।

କୁହାଯାଏ ଯେ କଳା ବଳଦକୁ ଧଳା କରିଥିବାରୁ ବାବାଙ୍କ ନାମ ଧବଳେଶ୍ଵର। ତାଙ୍କ ପାଇଁ ପ୍ରସ୍ତୁତ ଗଜ ଭୋଗ ମଧ୍ୟ ସେହିଭଳି, ଭିତରେ କଳାମୁଗର ପୁର ସହ ଉପରେ ଧଳା ଆବରଣ ଦିଆଯାଇ ଗଜଭୋଗ ପ୍ରସ୍ତୁତ କରିଥାନ୍ତି ପୂଜକ ପରିବାର ମାନେ । ଆଜି ସମସ୍ତ ପୂଜକ ପରିବାର ନିଷ୍ଠାର ସହ ଏହି ଗଜଭୋଗ ପ୍ରସ୍ତୁତି କରିଛନ୍ତି।

About The Author: The Sakala