ରାଜ୍ୟରେ ଆଗାମୀ ୩ ଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ଯରେ ଆଗାମୀ ୩ ଦିନ ଧରି ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ କୁହୁଡି ମଧ୍ୟ ହୋଇପାରେ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। #Forecast for Day-1 to Day-3Day-4 & Day-5 : Dry#Warning for Day-1 to Day-5: Nil pic.twitter.com/imK13u4ocq — Meteorological Centre, Bhubaneswar (@mcbbsr) February 18, 2022 ଆଗାମୀ ୨୪ ଘଣ୍ଟା ଭିତରେ କନ୍ଧମାଳ, […]

ଭୁବନେଶ୍ୱର: ରାଜ୍ଯରେ ଆଗାମୀ ୩ ଦିନ ଧରି ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ କୁହୁଡି ମଧ୍ୟ ହୋଇପାରେ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !


ଆଗାମୀ ୨୪ ଘଣ୍ଟା ଭିତରେ କନ୍ଧମାଳ, ନୟାଗଡ଼, ଢ଼େଙ୍କାନାଳ, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲ୍‌କା ବର୍ଷା ହୋଇପାରେ। ଏଥିସହ କୁହୁଡି ମଧ୍ୟ ହୋଇପାରେ। ଶନିବାର ସକାଳେ ଜଗତସିଂହପୁର, କଟକ, କନ୍ଧମାଳ, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର କେତେକ ଜିଲ୍ଲାର କୁହୁଡି ହୋଇପାରେ ବୋଲି ସୂଚନା ଦେଇଛନ୍ତି ।

୧୯ ତାରିଖ ସକାଳ ସାଢ଼େ ଆଠଟାରୁ ୨୦ ତାରିଖ ସକାଳ ସାଢ଼େ ଆଠଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେହିପରି ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର