ଜଳବନ୍ଦୀରୁ ମୁକ୍ତ ହେବ କଟକ; ୨୦୨୩ ଜାନୁଆରୀ ସୁଦ୍ଧା ସରିବ ବକ୍ସଡ୍ରେନ କାର୍ଯ୍ୟ

The Sakala Picture
Published On

କଟକ: ଦୀର୍ଘବର୍ଷ ଧରି କଟକ ସହରରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଦୂର ହେବ | ପଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟ ନାଳ-୧କୁ ବକ୍ସ ଡ୍ରେନରେ ପରିଣତ କରାଯିବ। କେବଳ ଜଳବନ୍ଦୀ ନୁହେଁ ବକ୍ସ ଡ୍ରେନ ଦ୍ବାରା ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ ପାଇବ। ଏଥିନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲା। ମୋଟ୍ ୪୫୦.୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି […]

କଟକ: ଦୀର୍ଘବର୍ଷ ଧରି କଟକ ସହରରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଦୂର ହେବ | ପଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟ ନାଳ-୧କୁ ବକ୍ସ ଡ୍ରେନରେ ପରିଣତ କରାଯିବ। କେବଳ ଜଳବନ୍ଦୀ ନୁହେଁ ବକ୍ସ ଡ୍ରେନ ଦ୍ବାରା ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ ପାଇବ। ଏଥିନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲା। ମୋଟ୍ ୪୫୦.୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ବଜ୍ରକବାଟୀ କେନାଲ ନିକଟରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କାର୍ଯ୍ୟର ଶୁଭ ଦେଇଛନ୍ତି। ପଟାପୋଲରୁ ବଜ୍ରକବାଟୀ ପର୍ଯ୍ୟନ୍ତ ପ୍ରଥମେ କାର୍ଯ୍ୟ ଶେଷ କରିବାକୁ ସ୍ଥିର ହୋଇଛି। ତେବେ ୨୦୨୩ ଜାନୁୟାରୀ ମାସ ସୁଦ୍ଧା ବକ୍ସଡ୍ରେନ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ବର୍ଷା ଦିନେ ସହରବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଥାଏ ଜଳବନ୍ଦୀ । ଅସରାଏ ବର୍ଷାରେ କଟକ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ। ଦୀର୍ଘବର୍ଷ ଧରି ଲାଗିରହିଥିବା ଏହି ସମସ୍ୟାକୁ ଦୂର କରିବା ପ୍ରଶାସନ ପାଇଁ ପ୍ରତିବର୍ଷ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତି ସୃଷ୍ଟି କରିଥାଏ। ଭିତ୍ତିଭୂମିକୁ ସୁଦୃଢ଼ କରି ଉକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ ମାଧ୍ୟମରେ ଜାଇକାର ଅର୍ଥିକ ସହାୟତାରେ ସହରରେ ସ୍ଵେରେଜ ଓ ଡ୍ରେନେଜ ଯୋଜନା କାର୍ଯ୍ୟ କରୁଛି। ମୋଟ୍ ୩.୪ କିଲୋମିଟର ବକ୍ସ ଡ୍ରେନ ହେବ । ପଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ରହିଥିବା ମୁଖ୍ୟ ନାଳ-୧ ଉପରେ ଏହା କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପକୁ ୨ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପଟାପୋଲ ଠାରୁ ବଜ୍ରକବାଟୀ ପର୍ଯ୍ୟନ୍ତ ଗୋଟିଏ ପର୍ଯ୍ୟାୟରେ କାର୍ଯ୍ୟ କରାଯିବ। ଏହାର ଦୂରତା ୧୮୫୦ ମିଟର ହୋଇଥିବା ବେଳେ ଏଥି ନିମନ୍ତେ ମୋଟ୍ ୨୧୩.୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବଜ୍ରକବାଟୀ ଠାରୁ ମାତୃଭବନ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ କାମ ହେବ। ଏହାର ଦୂରତା ୧୫୫୦ ମିଟର ଓ ଏଥି ନିମନ୍ତେ ବ୍ୟୟ ଅଟ୍ଟକଳ ହୋଇଛି ୨୩୭.୨୮ କୋଟି ଟଙ୍କା । ଉକ୍ତ କାର୍ଯ୍ୟକୁ ପାଟଣାର ନାଳନ୍ଦା ଏସ୍ଏସ୍‌ ଜେଭି ଦ୍ବାରା କାର୍ଯ୍ୟକାରୀ କରାଯିବା ପାଇଁ କ୍ୟାବିନେଟ ଦ୍ବାରା ଅନୁମୋଦନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କଟକରୁ କେବଳ ଜଳବନ୍ଦୀ ସମସ୍ୟା ନୁହେଁ ବରଂ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ । ବକ୍ସଡ୍ରେନ ଉପରେ ଦୁଇ ଲେନ ବିଶିଷ୍ଟ ରାସ୍ତା ତିଆରି ହେବ । ଗୋଟିଏ ଲେନ୍ ରାସ୍ତାର ଚଉଡା ୭ମିଟର ହେବ। ସହରରୁ ଭିଡ଼ ଦୂର କରିବା ପାଇଁ ବକ୍ସ ଡ୍ରେନ ବେଶ ସହାୟକ ହେବ । ବର୍ଷାଜଳ ନିଷ୍କାସନ ସହଜରେ ହେବା ସହିତ ତାଳଦଣ୍ଡା କେନାଲରେ ଜଳ ପ୍ରବାହକୁ ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଏହି ଅବସରରେ କହିଛନ୍ତି। ଅନ୍ୟପକ୍ଷରେ ପେଟାନାଳର ପୁନଃରୁଦ୍ଧାର ପାଇଁ ୩୬ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବା ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଘୋଷଣା କରିଥିଲେ। ସିଏମସି କମିଶନର ଅନନ୍ୟା ଦାସ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ସୌଭିକ ବିଶ୍ବାଳ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ବାଳଙ୍କ ସମେତ ଜାଇକାର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

17 Dec 2021 By The Sakala

ଜଳବନ୍ଦୀରୁ ମୁକ୍ତ ହେବ କଟକ; ୨୦୨୩ ଜାନୁଆରୀ ସୁଦ୍ଧା ସରିବ ବକ୍ସଡ୍ରେନ କାର୍ଯ୍ୟ

କଟକ: ଦୀର୍ଘବର୍ଷ ଧରି କଟକ ସହରରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଦୂର ହେବ | ପଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟ ନାଳ-୧କୁ ବକ୍ସ ଡ୍ରେନରେ ପରିଣତ କରାଯିବ। କେବଳ ଜଳବନ୍ଦୀ ନୁହେଁ ବକ୍ସ ଡ୍ରେନ ଦ୍ବାରା ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ହ୍ରାସ ପାଇବ। ଏଥିନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲା। ମୋଟ୍ ୪୫୦.୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ବଜ୍ରକବାଟୀ କେନାଲ ନିକଟରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କାର୍ଯ୍ୟର ଶୁଭ ଦେଇଛନ୍ତି। ପଟାପୋଲରୁ ବଜ୍ରକବାଟୀ ପର୍ଯ୍ୟନ୍ତ ପ୍ରଥମେ କାର୍ଯ୍ୟ ଶେଷ କରିବାକୁ ସ୍ଥିର ହୋଇଛି। ତେବେ ୨୦୨୩ ଜାନୁୟାରୀ ମାସ ସୁଦ୍ଧା ବକ୍ସଡ୍ରେନ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ବର୍ଷା ଦିନେ ସହରବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଥାଏ ଜଳବନ୍ଦୀ । ଅସରାଏ ବର୍ଷାରେ କଟକ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୁଏ। ଦୀର୍ଘବର୍ଷ ଧରି ଲାଗିରହିଥିବା ଏହି ସମସ୍ୟାକୁ ଦୂର କରିବା ପ୍ରଶାସନ ପାଇଁ ପ୍ରତିବର୍ଷ ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତି ସୃଷ୍ଟି କରିଥାଏ। ଭିତ୍ତିଭୂମିକୁ ସୁଦୃଢ଼ କରି ଉକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡ଼ିଶା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ ମାଧ୍ୟମରେ ଜାଇକାର ଅର୍ଥିକ ସହାୟତାରେ ସହରରେ ସ୍ଵେରେଜ ଓ ଡ୍ରେନେଜ ଯୋଜନା କାର୍ଯ୍ୟ କରୁଛି। ମୋଟ୍ ୩.୪ କିଲୋମିଟର ବକ୍ସ ଡ୍ରେନ ହେବ । ପଟାପୋଲଠାରୁ ମାତୃଭବନ ପର୍ଯ୍ୟନ୍ତ ରହିଥିବା ମୁଖ୍ୟ ନାଳ-୧ ଉପରେ ଏହା କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପକୁ ୨ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପଟାପୋଲ ଠାରୁ ବଜ୍ରକବାଟୀ ପର୍ଯ୍ୟନ୍ତ ଗୋଟିଏ ପର୍ଯ୍ୟାୟରେ କାର୍ଯ୍ୟ କରାଯିବ। ଏହାର ଦୂରତା ୧୮୫୦ ମିଟର ହୋଇଥିବା ବେଳେ ଏଥି ନିମନ୍ତେ ମୋଟ୍ ୨୧୩.୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବଜ୍ରକବାଟୀ ଠାରୁ ମାତୃଭବନ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ କାମ ହେବ। ଏହାର ଦୂରତା ୧୫୫୦ ମିଟର ଓ ଏଥି ନିମନ୍ତେ ବ୍ୟୟ ଅଟ୍ଟକଳ ହୋଇଛି ୨୩୭.୨୮ କୋଟି ଟଙ୍କା । ଉକ୍ତ କାର୍ଯ୍ୟକୁ ପାଟଣାର ନାଳନ୍ଦା ଏସ୍ଏସ୍‌ ଜେଭି ଦ୍ବାରା କାର୍ଯ୍ୟକାରୀ କରାଯିବା ପାଇଁ କ୍ୟାବିନେଟ ଦ୍ବାରା ଅନୁମୋଦନ କରାଯାଇଛି ।

ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ କଟକରୁ କେବଳ ଜଳବନ୍ଦୀ ସମସ୍ୟା ନୁହେଁ ବରଂ ଟ୍ରାଫିକ ସମସ୍ୟା ମଧ୍ୟ ଦୂର ହେବ । ବକ୍ସଡ୍ରେନ ଉପରେ ଦୁଇ ଲେନ ବିଶିଷ୍ଟ ରାସ୍ତା ତିଆରି ହେବ । ଗୋଟିଏ ଲେନ୍ ରାସ୍ତାର ଚଉଡା ୭ମିଟର ହେବ। ସହରରୁ ଭିଡ଼ ଦୂର କରିବା ପାଇଁ ବକ୍ସ ଡ୍ରେନ ବେଶ ସହାୟକ ହେବ । ବର୍ଷାଜଳ ନିଷ୍କାସନ ସହଜରେ ହେବା ସହିତ ତାଳଦଣ୍ଡା କେନାଲରେ ଜଳ ପ୍ରବାହକୁ ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଏହି ଅବସରରେ କହିଛନ୍ତି। ଅନ୍ୟପକ୍ଷରେ ପେଟାନାଳର ପୁନଃରୁଦ୍ଧାର ପାଇଁ ୩୬ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବା ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଘୋଷଣା କରିଥିଲେ। ସିଏମସି କମିଶନର ଅନନ୍ୟା ଦାସ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ସୌଭିକ ବିଶ୍ବାଳ, ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ବାଳଙ୍କ ସମେତ ଜାଇକାର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର