ରାଜ୍ୟରେ ପାଗ ମେଘୁଆ ରହୁଥିବାରୁ ସ୍ୱାଭାବିକଠାରୁ ୮ ଡିଗ୍ରୀ ଉପରେ ରହୁଛି ତାପମାତ୍ରା, ଦୁଇ ଦିନ ପରେ ଶୀତ ବଢିବା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ଯଥେଷ୍ଟ ଅଧିକ ରହୁଛି। ଓଡ଼ିଶାର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ହେଉନାହିଁ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି। ଫୁଲବାଣୀରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିଛି। ଭବାନୀପାଟଣାରେ ୬.୯ ଡିଗ୍ରୀ, ସମ୍ବଲପୁର ୫.୯ ଓ ଭୁବନେଶ୍ୱରରେ ୪.୨ ଡିଗ୍ରୀ ସେଲସିୟ ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ […]

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ଯଥେଷ୍ଟ ଅଧିକ ରହୁଛି। ଓଡ଼ିଶାର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ହେଉନାହିଁ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି। ଫୁଲବାଣୀରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିଛି। ଭବାନୀପାଟଣାରେ ୬.୯ ଡିଗ୍ରୀ, ସମ୍ବଲପୁର ୫.୯ ଓ ଭୁବନେଶ୍ୱରରେ ୪.୨ ଡିଗ୍ରୀ ସେଲସିୟ ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ସିଷ୍ଟମର ପ୍ରଭାବ ନାହିଁ। କିନ୍ତୁ ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ବର୍ଷା କମିବ ଓ ୨୪ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ସେହିପରି ରାଜ୍ୟରେ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ରହିବ। ଏହା ପରେ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ଓ ଶୀତ ବଢ଼଼ିବ। ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବ। ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

22 Nov 2021 By The Sakala

ରାଜ୍ୟରେ ପାଗ ମେଘୁଆ ରହୁଥିବାରୁ ସ୍ୱାଭାବିକଠାରୁ ୮ ଡିଗ୍ରୀ ଉପରେ ରହୁଛି ତାପମାତ୍ରା, ଦୁଇ ଦିନ ପରେ ଶୀତ ବଢିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ରାତିର ତାପମାତ୍ରା ଯଥେଷ୍ଟ ଅଧିକ ରହୁଛି। ଓଡ଼ିଶାର ଅନେକ ସ୍ଥାନରେ ପାଗ ମେଘୁଆ ରହୁଥିବାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ହେଉନାହିଁ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି। ଫୁଲବାଣୀରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୮.୨ ଡିଗ୍ରୀ ସେଲ୍‌ଫସିୟସ ଅଧିକ ରହିଛି। ଭବାନୀପାଟଣାରେ ୬.୯ ଡିଗ୍ରୀ, ସମ୍ବଲପୁର ୫.୯ ଓ ଭୁବନେଶ୍ୱରରେ ୪.୨ ଡିଗ୍ରୀ ସେଲସିୟ ଅଧିକ ରହିଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ସିଷ୍ଟମର ପ୍ରଭାବ ନାହିଁ। କିନ୍ତୁ ରାଜ୍ୟକୁ ବର୍ତ୍ତମାନ ପୂର୍ବ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ବର୍ଷା କମିବ ଓ ୨୪ ତାରିଖଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିପରି ରାଜ୍ୟରେ ଆଗାମୀ ୨-୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବନାହିଁ। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ରହିବ। ଏହା ପରେ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ ଓ ଶୀତ ବଢ଼଼ିବ। ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିବ। ଏଥିସହ ହାଲୁକା ବର୍ଷାର ବି ସମ୍ଭାବନା ରହିଛି।

https://www.thesakala.in/latest-odisha-news/winter-is-likely-to-intensify-in-two-days/article-7045
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର