ଚାଲିଥିଲା କଲରା ପତରିଆ ବାଘ ଛାଲ ଡିଲ୍, ମାଡିବସିଲା ଏସ୍ଟିଏଫ୍ ଟିମ; ଦୁଇ ବେପାରୀ ଗିରଫ
ବିଶୋଇ/ରାଇରଙ୍ଗପୁର: କଲରା ପତରିଆ ବାଘ ଛାଲ ଡିଲ ବେଳେ କାବୁ କଲା ଏସଟିଏଫ ଓ ବନବିଭାଗ। ଡିଲ ସମୟରେ ଦୁଇଟି ଡିଲକ୍ସ ବାଇକ ସହ ଦୁଇ ଜଣ ଯୁବକକୁ ଗିରଫ କରିଛି। ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ବିଶୋଇ ଥାନା ଚଟାଣି ନିକଟରେ ଚଢ଼ାଉ କରିଛି ଏସଟିଏଫ। ବିଶେଷ ସୁତରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ମଣଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଥିଲା। ଗିରଫ ଦୁଇ ଜଣ ହେଲେ ପଳାସବଣି ଅଞ୍ଚଳର ଅଜିତ […]
ବିଶୋଇ/ରାଇରଙ୍ଗପୁର: କଲରା ପତରିଆ ବାଘ ଛାଲ ଡିଲ ବେଳେ କାବୁ କଲା ଏସଟିଏଫ ଓ ବନବିଭାଗ। ଡିଲ ସମୟରେ ଦୁଇଟି ଡିଲକ୍ସ ବାଇକ ସହ ଦୁଇ ଜଣ ଯୁବକକୁ ଗିରଫ କରିଛି। ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ବିଶୋଇ ଥାନା ଚଟାଣି ନିକଟରେ ଚଢ଼ାଉ କରିଛି ଏସଟିଏଫ।
ବିଶେଷ ସୁତରୁ ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଓ ମଣଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଥିଲା। ଗିରଫ ଦୁଇ ଜଣ ହେଲେ ପଳାସବଣି ଅଞ୍ଚଳର ଅଜିତ ଗିରି ଓ ଖୁଣ୍ଟା ଅଞ୍ଚଳର ଚନ୍ଦ୍ରକାନ୍ତ କାର୍ଜି। ତେବେ କେବେ ଏହି କଲରାପତରିଆ ବାଘର ଶିକାର କରିଥିଲେ ନା କେଉଁଠାରୁ ଆଣି କେଉଁଠାରେ ବିକ୍ରି କରିବାର ଥିଲା ଏନେଇ କୌଣସି ସଠିକ ଖବର ମିଳିପାରିନାହିଁ। ଏହା ସହ ଆନ୍ତର୍ରାଜ୍ୟ ସମ୍ପର୍କ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ବନବିଭାଗ। ତେବେ ବାଘର ଶରୀରର ଲମ୍ବା ଚାରି ଫୁଟ ରହିଥିବା ବେଳେ ଓସାର ଦୁଇ ଫୁଟ, ଲାଞ୍ଜ ଅଢେ଼ଇ ଫୁଟ ସହିତ ଆନୁମାନିକ ବୟସ ୧୦ବର୍ଷ ବୋଲି ବନଖଣ୍ଡ ଅଧିକାରୀ ଲଳିନୀ କାନ୍ତ ବେହେରା ସୂଚନା ଦେଇଛନ୍ତି। ଏସଟିଏଫର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଲାଶିନୀ ନାୟକ ଉପସ୍ଥିତ ରହିଥିଲେ।