ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି: ଫୁଲୁଛି ନଦୀ, ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍

Madhusudan Das Picture
Published On

ଭୁବନେଶ୍ୱର: ଗତ କିଛି ଦିନ ଧରି ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ ଓଡ଼ିଶାର ସମସ୍ତ ପ୍ରମୁଖ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଳଭଣ୍ଡାରକୁ ଆସୁଥିବା ବନ୍ୟା ଜଳକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଇନ୍ଦ୍ରାବତୀ ଡ୍ୟାମର ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ବିଭାଗୀୟ ଅଧିକାରୀମାନେ ଜଳଭଣ୍ଡାରର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁରଠାରୁ ୨୨୦ କି.ମି ଦୂରରେ ଅବପାତ: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳକୁ ଗଭୀର ଅବପାତର ଆଲର୍ଟ

ଦକ୍ଷିଣ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ଥିଲେ ମଧ୍ୟ ରାଜ୍ୟର କେନ୍ଦ୍ରୀୟ ଏବଂ ଉତ୍ତରାଞ୍ଚଳ ନଦୀ ଅବବାହିକାକୁ ନେଇ ଭୟଭୀତ ନହେବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ନଦୀରେ ବଡ଼ ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ଶ୍ରୀ ରାଉତ ସ୍ପଷ୍ଟ କରିଛନ୍ତି। ଏହି ଦୁଇ ନଦୀର ଜଳସ୍ତର କେବଳ ସତର୍କ ସଙ୍କେତ ଛୁଇଁବା ପରେ ଖସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆଜି ବାମନ ଜନ୍ମ ନୀତି: ୬ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ବ୍ରାହ୍ମଣୀ ଏବଂ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ। ଫଳରେ ନଦୀ କୂଳିଆ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତଥାପି, ଦକ୍ଷିଣ ଓଡ଼ିଶାର ସ୍ଥାନୀୟ ଅଞ୍ଚଳରେ ହୋଇପାରୁଥିବା ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜରୁରୀକାଳୀନ ଟିମ୍ ମୁତୟନ ହୋଇଛନ୍ତି ଏବଂ ପାଣିପାଗ ବିଭାଗର ପୂର୍ବାନୁମାନ ଉପରେ କଡ଼ା ନଜର ରଖାଯାଇଛି।

ଆହୁରି ପଢ଼ନ୍ତୁ: ଆଗାମୀ ୨୪ ଘଣ୍ଟା ପାଇଁ ସତର୍କ ଜାରି: ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ ଫୁଲୁଛି ନଦୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର