ବାଲେଶ୍ୱରରୁ ଉଦ୍ଧାର ୫ ଓରାଙ୍ଗଓଟାନ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର, ନନ୍ଦନକାନନରେ ଚାଲିଛି ଚିକିତ୍ସା

Madhusudan Das Picture
Published On

ଭୁବନେଶ୍ୱର: ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଓଟାନ ଛୁଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଏହି ଛୁଆମାନେ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ପାଳନ କେନ୍ଦ୍ର (Infant Rearing Centre) ସ୍ଥିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ବିତାଇ ସାରିଛନ୍ତି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ (PCCF)ଙ୍କ ଦ୍ୱାରା ଗଠିତ ଏକ ବୈଷୟିକ କମିଟିର ତଦାରଖରେ ସେମାନଙ୍କର ତଦାରଖ ଏବଂ ଚିକିତ୍ସା କରାଯାଉଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

ଏହି ଓରାଙ୍ଗଓଟାନ ଛୁଆମାନଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଆବଶ୍ୟକୀୟ ଖାଦ୍ୟ, କ୍ଷୀର ଏବଂ ଅନ୍ୟାନ୍ୟ ପୁଷ୍ଟିକର ଆହାର ପ୍ରଦାନ କରାଯାଉଛି। ସେମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସକ୍ରିୟ ରଖିବା ପାଇଁ ସ୍ୱତନ୍ତ୍ର ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଛୁଆମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ସେମାନେ ପୂର୍ବ ଅପେକ୍ଷା ଅଧିକ ଚଳଚଞ୍ଚଳ ହୋଇଛନ୍ତି। ସେମାନଙ୍କ ପାଇଁ ବାଉଁଶର ଦୋଳି ଓ ଅନ୍ୟାନ୍ୟ ଖେଳ ସାମଗ୍ରୀ ଖଞ୍ଜାଯାଇଛି, ଯାହା ସେମାନଙ୍କୁ ବେଶ୍ ଆନନ୍ଦିତ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

ଗତ ଶନିବାର ଦିନ ବୈଷୟିକ କମିଟିର ଦୁଇଜଣ ସଦସ୍ୟ, ଦିଲ୍ଲୀ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡା. ଅଭିଲିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବନ୍ୟପ୍ରାଣୀ ଚିକିତ୍ସକ ଡା. ସନତ କୃଷ୍ଣ ମୁଲିଆ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ କରିଥିଲେ। ସେମାନଙ୍କର ପରାମର୍ଶ କ୍ରମେ ଛୁଆମାନଙ୍କ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ସେମାନଙ୍କୁ ସିଝା ବିନ୍ସ, ଗାଜର ଏବଂ ଅନ୍ୟାନ୍ୟ କଠିନ ଖାଦ୍ୟ ଧୀରେ ଧୀରେ ଦିଆଯାଉଛି। କୃମି ସମସ୍ୟାର ସମ୍ପୂର୍ଣ୍ଣ ବିନାଶ ପାଇଁ ବିଶେଷଜ୍ଞମାନେ ଆଇଭରମେକ୍ଟିନ୍ ବା ଜାରାମେକ୍ଟିନ୍ (ivermectin/Jaramectin) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

ପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଦିନ ଟେକ୍ନିକାଲ୍ କମିଟିର ସଦସ୍ୟମାନେ ସମସ୍ତ ୫ଟି ଛୁଆଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ପ୍ରାଥମିକ ପରୀକ୍ଷାରୁ ୩ଟି ଛୁଆଙ୍କଠାରେ ରକ୍ତହୀନତା ବା ଆନେମିଆ ଥିବା ଜଣାପଡ଼ିବା ପରେ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ବୈଷୟିକ କମିଟିର ସୁପାରିଶ ଅନୁଯାୟୀ, ଏହି ଛୁଆମାନେ ମୋଟ ୩୦ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ। କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବାକୁ ଆହୁରି ୧୬ ଦିନ ବାକି ଥିବା ବେଳେ ଏହା ପରେ ସେମାନଙ୍କର ପରବର୍ତ୍ତୀ ରହଣି ସ୍ଥାନ ନେଇ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ, ପର୍ଯ୍ୟଟକ ଏବଂ ବନ୍ୟପ୍ରାଣୀ ପ୍ରେମୀମାନେ ଏହି ଓରାଙ୍ଗଓଟାନ ଛୁଆମାନଙ୍କୁ ନନ୍ଦନକାନନରେ ସ୍ଥାୟୀ ଭାବେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର