ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

Suryakanta Picture
Published On

ଓମ୍‌ଫେଡ୍ (OMFED) ବଜାରରେ ନିଜର ବ୍ୟବସାୟିକ ପରିସରକୁ ଆହୁରି ବିସ୍ତାର କରିବାକୁ ଯାଉଛି। ଖୁବ୍‌ଶୀଘ୍ର ରାଜ୍ୟ ବଜାରକୁ ଆସିବ ଓମ୍‌ଫେଡ୍‌ର ପ୍ୟାକେଜ୍‌ଡ୍ ପାଣି ଏବଂ ବିଭିନ୍ନ ନୂଆ ଫ୍ଲେଭରର ଆଇସକ୍ରିମ୍। ସୋମବାର ଦିନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ପାରମ୍ପରିକ ଦୁଗ୍ଧଜାତ ସାମଗ୍ରୀ ସହିତ ନୂଆ ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ବୋର୍ଡର ଅନୁମୋଦନ ଏବଂ ପ୍ରସ୍ତୁତି

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ନୂତନ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ନେଇ ବର୍ତ୍ତମାନ ଓମ୍‌ଫେଡ୍ ବୋର୍ଡ ସହିତ ଆଲୋଚନା ଚାଲିଛି। ବୋର୍ଡର ଆନୁଷ୍ଠାନିକ ଅନୁମୋଦନ ମିଳିବା ମାତ୍ରେ ଏହି ଦୁଇଟି ନୂଆ ସାମଗ୍ରୀ ବଜାରରେ ଉପଲବ୍ଧ ହେବ। ପ୍ୟାକେଜ୍‌ଡ୍ ପାଣି ବଜାରରେ ପ୍ରବେଶ କରି ଓମ୍‌ଫେଡ୍ ରାଜ୍ୟର ପ୍ରାୟ ୧୫ ପ୍ରତିଶତ ବୋତଲ ପାଣି ବଜାର ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏହାଛଡ଼ା ଆଇସକ୍ରିମ୍‌ର ଚାହିଦାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା କେନ୍ଦୁପାଟଣାଠାରେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (NDDB) ସହଯୋଗରେ ଏକ ନୂଆ ୫ ଟିଏଲପିଡି କ୍ଷମତା ବିଶିଷ୍ଟ ଆଇସକ୍ରିମ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ଏହାସହ ଅରିଲୋ ଡାଏରୀ ପ୍ଲାଣ୍ଟର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଗୁଣବତ୍ତା ଉପରେ କଡ଼ା ନଜର ଓ ଚାଷୀଙ୍କୁ ଲାଭ

ରାଜ୍ୟରେ କ୍ଷୀର ଏବଂ ଛେନାରେ ଅପମିଶ୍ରଣ ହେଉଥିବା ନେଇ ବିଭିନ୍ନ ଅଭିଯୋଗ ଆସୁଥିବା ବେଳେ ମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଓମ୍‌ଫେଡ୍ କ୍ଷୀରର ଗୁଣବତ୍ତା ନିଶ୍ଚିତ କରିବା ପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା (3-tier checking) ରହିଛି, ଯେଉଁଥିରେ ଫ୍ୟାଟ୍ ଏବଂ ଅନ୍ୟାନ୍ୟ ମାନକର କଡ଼ା ପରୀକ୍ଷା କରାଯାଏ। ଯଦି କୌଣସି ସ୍ଥାନରେ ଅପମିଶ୍ରଣ ଧରାପଡ଼େ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର