ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

Madhusudan Das Picture
Published On

ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ । ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦକୁ ହଟାଇଲେ ବେଙ୍ଗଲ ସରକାର । ଜଗନ୍ନାଥ ଧାମ ବଦଳରେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଚିଠି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନେଲେ ଏହି ବଡ ନିଷ୍ପତ୍ତି । 

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଦୀଘା ଜଗନ୍ନାଥ ମନ୍ଦିର ଫାଟକରେ ଲେଖାଯାଇଥିବା ‘ଧାମ’ ଶବ୍ଦ ହଟାଯାଇଥିଲା। ସେଠାରେ ଲାଗିଥିବା ‘ଜଗନ୍ନାଥ ଧାମ’ ଫଳକକୁ ଖୋଲି ‘ଜଗନ୍ନାଥ ମନ୍ଦିର’ର ଫଳକ ଲଗାଯାଇଛି। ସେହିପରି ମନ୍ଦିର ବାହାରେ ଯେଉଁଠି ବଡ଼ ବଡ଼ ଅକ୍ଷରରେ ଜଗନ୍ନାଥ ଧାମ ବୋଲି ଲେଖାଯାଇଥିଲା, ସେଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରରର ଏକ ବ୍ୟାନର ଲଗାଯାଇଛି।  

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି । ଶ୍ରୀଜଗନ୍ନାଥଙ୍କ ଚାରିଧାମ ମଧ୍ୟରୁ ଓଡ଼ିଶାର ପୁରୀ ଅନ୍ୟତମ ଏବଂ ପୁରୀର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଅନେକ ଜଗନ୍ନାଥ ପ୍ରେମୀ ଓ ସେବାୟତ ଏହାକୁ ନେଇ ଆପତ୍ତି ଉଠାଇଥିଲେ । 

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର