ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ବିଭାଗ ପାଇଁ ଇଲେକ୍ଟ୍ରିକ୍ ଗାଡ଼ି ବାଧ୍ୟତାମୂଳକ, ଧାର୍ଯ୍ୟ ହେଲା ଦର ସୀମା

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ EV ବ୍ୟବହାର ପାଇଁ  ନିର୍ଦ୍ଦେଶାବଳି । EV କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି । ପଶ୍ଚିମ ଏସିଆ ସଙ୍କଟ କାରଣରୁ ଉପୁଜିଥିବା ଇନ୍ଧନ ଓ ଶକ୍ତି ସମସ୍ୟା ତଥା ବଢ଼ୁଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ କାର୍ଯ୍ୟ ପାଇଁ କେବଳ ଇଲେକ୍ଟ୍ରିକ୍ ଯାନ (ଇଭି) କିଣିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବିଭିନ୍ନ ବର୍ଗର ଅଧିକାରୀମାନଙ୍କ ପାଇଁ ଗାଡ଼ିର ସର୍ବାଧିକ ମୂଲ୍ୟ ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ

ଅର୍ଥ ବିଭାଗ ପକ୍ଷରୁ ମେ' ୩୦, ୨୦୨୬ ରେ ଜାରି ହୋଇଥିବା ଏକ ଅଫିସ୍ ମେମୋରାଣ୍ଡମ୍ ଅନୁଯାୟୀ ଏହି ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଏହି ନିର୍ଦ୍ଦେଶନାମା ଜୁନ୍ ୧, ୨୦୨୬ ରୁ ଲାଗୁ ହୋଇଛି।

ଆହୁରି ପଢ଼ନ୍ତୁ: MMDR ଆକ୍ଟ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ

ନୂତନ ନିୟମ ଅନୁଯାୟୀ, ବିଭିନ୍ନ ପଦବୀର ଅଧିକାରୀଙ୍କ ପାଇଁ ନୂଆ ଇଭି କିଣିବା କ୍ଷେତ୍ରରେ ସର୍ବାଧିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ବିଚାରପତି ଏବଂ ମନ୍ତ୍ରୀମାନଙ୍କ ପାଇଁ ଏହି ସୀମା ୩୦ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। ସେହିପରି ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସଚିବ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ) ଏବଂ ସମକକ୍ଷ ପଦବୀର ଅଧିକାରୀଙ୍କ ପାଇଁ ସର୍ବାଧିକ ୨୫ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି କିଣାଯାଇପାରିବ। ଅନ୍ୟପକ୍ଷରେ ଜିଲ୍ଲା ଜଜ୍, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସପି) ଏବଂ ସମକକ୍ଷ ଅଧିକାରୀମାନେ ୨୦ ଲକ୍ଷ ଟଙ୍କା ମୂଲ୍ୟ ପର୍ଯ୍ୟନ୍ତ ଗାଡ଼ି ବ୍ୟବହାର କରିପାରିବେ।

ଆହୁରି ପଢ଼ନ୍ତୁ: କାଳାହାଣ୍ଡିର ୧୦୦୦ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି ବେଦାନ୍ତ

ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକୁ କେବଳ ନିର୍ଦ୍ଧାରିତ ପ୍ରକ୍ରିୟା ମାଧ୍ୟମରେ ଏବଂ ଅର୍ଥ ବିଭାଗର ସମ୍ମତି କ୍ରମେ କିଣାଯିବ। ବର୍ତ୍ତମାନ ବ୍ୟବହାର ହେଉଥିବା ଗାଡ଼ିର ଜୀବନକାଳ ଶେଷ ହେବା ଏବଂ ତାହାକୁ ସ୍କ୍ରାପ୍ କିମ୍ବା ବାତିଲ୍ ଘୋଷଣା କରାଯିବା ପରେ ହିଁ ନୂଆ ଇଭି କିଣାଯାଇପାରିବ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର